ରାଜ୍ୟ ପୁଲିସ କବାଡ଼ି, ହ୍ୟାଣ୍ଡବଲ୍ ପ୍ରତିଯୋଗିତା:ଓଏସ୍ଏପି ଷÂ ବାଟାଲିୟନ୍ ଚାମ୍ପିଅନ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ରାଜ୍ୟ ପୁଲିସ୍ କବାଡି ଓ ଅଷ୍ଟମ ହ୍ୟାଣ୍ଡବଲ୍ ପ୍ରତିଯୋଗିତାର କବାଡିରେ ଓଏସ୍ଏପି ଷÂ ବାଟାଲିୟନ୍ ଚାମ୍ପିଅନ୍ ଓ ସମ୍ବଲପୁର ଜିଲ୍ଲା ରନର୍ସ ଅପ୍ ହୋଇଛନ୍ତି । ପ୍ରତିଯୋଗିତାରେ ଶ୍ରେÂ କ୍ୟାଚର ଭାବେ ଓଏସ୍ଏପି ଷÂ ବାଟାଲିୟନ୍ର ସିପାହୀ ବ୍ରହ୍ମାନନ୍ଦ ଖୁଣ୍ଟିଆ, ଶ୍ରେÂ ରାଇଡର ଭାବେ ସମ୍ବଲପୁର ଜିଲ୍ଲାର ସିପାହୀ ଶବିର ପ୍ରଧାନ ଏବଂ ଶ୍ରେÂ ଖେଳାଳି ଭାବେ ଓଏସ୍ଏପି ଷÂ ବାଟାଲିୟନ୍ର ସିପାହୀ ମହିନ୍ଦ୍ର ନାୟକଙ୍କୁ ମନୋନୀତ କରାଯାଇଛି ।
ସେହିପରି ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଓଏସ୍ଏପି ଷÂ ବାଟାଲିୟନ୍ ଦଳ ଶ୍ରେÂ ସ୍ଥାନ ହାସଲ କରି ଚାମ୍ପିଅନ୍ ହୋଇଥିବା ବେଳେ ଏସ୍ଏସ୍ ବାଟାଲିୟନ୍ କେନ୍ଦୁଝର ଦଳ ରନର୍ସଅପ୍ ହୋଇଛି । କେନ୍ଦୁଝର ଜିଲ୍ଲା ଓଏପିଏଫ୍ ରଜତ କୁମାର ନାୟକ ଶ୍ରେÂ ଗୋଲକିପର, ବଲାଙ୍ଗୀର ଜିଲ୍ଲାର କନଷ୍ଟେବଳ ପିଣ୍ଟୁ ଥନପତି ଶ୍ରେÂ ସ୍କୋରର୍, ଓଏସ୍ଏପି ଷÂ ବାଟାଲିୟନ୍ର ସିପାହୀ ବିଶ୍ୱନାଥ କଅଁର ଶ୍ରେÂ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି । ସ୍ୱତନ୍ତ୍ର ସଶସ୍ତ୍ର ଆରକ୍ଷୀ ବିଭାଗର ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି କୃତି ଦଳ ଓ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।
ଉଦ୍ୟାପନୀ ଉତ୍ସବର ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଏସ୍ଏପି ଆଇଜି ଯତୀନ୍ଦ୍ର କୋଏଲ, ଷÂ ବାଟାଲିୟନର ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ, ରାଜ୍ୟ ପୁଲିସ ମୁଖ୍ୟାଳୟ କ୍ରୀଡ଼ା ଅଧିକାରୀ ବିଭୁତି ଭୂଷଣ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ, ଗତ ୧୮ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାର କବାଡିରେ ୨୫ଟି ଓ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ । ଲିଗ୍ କମ୍ ନକ୍ ଆଉଟ୍ ଆଧାରରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ପୁଲିସ ଜିଲ୍ଲା ଓ ପ୍ରତିÂାନରୁ ୫ଶହରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons