ଭୁବନେଶ୍ୱର, (ବି.ବି.ବୁ୍ୟରୋ): ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନୂଆ ଟିମ୍ ଗଠନ କରିଛନ୍ତି । ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ସମୀର ଏହି ଟିମ୍ ଘୋଷଣା କରିଛନ୍ତି । ଟିମ୍ରେ ୧୦ ଜଣ ଉପସଭାପତି ଓ ୪ ଜଣ ସାଧାରଣ ସମ୍ପାଦକଙ୍କୁ ରଖିଛନ୍ତି । ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ, ଭୁବନେଶ୍ୱର ମାଂସଦ ଅପରାଜିତା ଷଡଙ୍ଗୀ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ଭାସ୍କର ମଢେ଼ଇ, ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶି ଓରାମ, ଭୃଗୁ ବକ୍ସିପାତ୍ର, ଅନୀତା ପଟ୍ଟନାୟକଙ୍କୁ ଉପସଭାପତି ପଦ ମିଳିଛି । ସେହିପରି ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତି ପରିଡ଼ା ଉପସଭାପତି ହୋଇଛନ୍ତି । ପୃଥ୍ୱୀରାଜ ହରିଚନ୍ଦନ ପୂର୍ବଭଳି ସାଧାରଣ ସମ୍ପାଦକ ପଦରେ ରହିଛନ୍ତି । ତେବେ ରାଜ୍ୟ ବିଜେପିର ମୁଖପାତ୍ର ଥିବା ଗୋଲକ ମହାପାତ୍ର ସାଧାରର ସମ୍ପାଦକ ପଦବୀ ପାଇଛନ୍ତି । ଅନ୍ୟପକ୍ଷରେ ଲେଖାଶ୍ରୀ ସାମନ୍ତସିଂହାର ସମ୍ପାଦିକାରୁ ସାଧାରରସମ୍ପାଦିକା ହୋଇଛନ୍ତି । ପିଙ୍କି ପ୍ରଧାନ ନୂତନ ଭାବେ ସମ୍ପାଦିକା ଦାୟିତ୍ୱ ମିଳିଛି ।
Comments are closed, but trackbacks and pingbacks are open.