ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର: ଅବଧି ପୂର୍ବରୁ ବିଧାନସଭାର ଶୀତ ଅଧିବେଶନକୁ ବନ୍ଦ ରଖିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛି ବିଜେପି।
‘ମନମାନି, ଅଗଣତାନ୍ତ୍ରିକ, ସେଚ୍ଛାଚାରିତା ଭାବରେ ଏକ ନିର୍ଦ୍ଦିଷ୍ଟ ଦଳର ଚାପରେ ବାଚସ୍ପତି ଗୃହକୁ ବନ୍ଦ କରିଥିଲେ। ଏକ ନିର୍ଲଜ ଭାବରେ ଓଡ଼ିଶାରେ ସରକାର ଚାଲିଛି, ଯିଏ ସମ୍ପୂର୍ଣ୍ଣ ଭାବରେ ସମ୍ବେଦନଶୀଳହୀନ’ ବୋଲି ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।
ସେ ଆହୁରି କହିଛନ୍ତି, ‘ସରକାର ହକିକୁ ଯେତେ ଗୁରୁତ୍ୱ ଦେଉଛନ୍ତି, ହକି ଖେଳୁଥିବା ଲୋକଙ୍କର ପଖାଳ ଭାତ ପାଖରେ ପିଆଜ ଖଣ୍ଡେ କେମିତି ରହିବ, ତା’ଉପରେ ଗୁରୁତ୍ୱ ଦେଉ ନାହାନ୍ତି। ବୁଲ୍‌ବୁଲ୍‌ ଯୋଗୁ ଆଜି ଚାଷୀଙ୍କର ଭାତ ହାଣ୍ଡି ଭାଙ୍ଗି ଯାଇଛି। ଚାଷୀ ଆଜି ବେସାହାରା।’
କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି, ‘୨୦/୨୫ ଦିନ ପୂର୍ବରୁ ବିଧାନସଭା ବନ୍ଦ କରିଦେଲେଟ୍ଟମାତ୍ର ୧୩ ଦିନ ବିଧାନସଭା ଚାଲିଛି। ଲୋକଙ୍କୁ ଠକିବା ପାଇଁ ଏସବୁ ଧନ୍ଦା କରୁଛନ୍ତି। ଶାସକ ବିଜେଡି ଗଣତନ୍ତ୍ରକୁ ହତ୍ୟା କରୁଛି। ପୂର୍ବରୁ ୯୦ ଦିନ ବିଧାନସଭା ହେଉଥିଲା। ବିଜେଡି ସରକାର ଆସିବା ପରେ ଏହାକୁ କାଟି ୬୦ ଦିନ କରାଗଲା। ତେବେ ସେଇ ୬୦ ଦିନ ବି ବିଧାନସଭା ଚାଲୁନାହିଁ। ମାତ୍ର ୧୩ ଦିନ ବିଧାନସଭା ଚାଲିଛି। ଏହାଠୁ ନିନ୍ଦନୀୟ ଓ ଲଜ୍ଜାଜନକ ଘଟଣା କିଛି ନାହିଁ।’
ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ‘ନିୟମ ବାହାରେ କୌଣସି କାମ କରାଯାଇ ନାହିଁ।’

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons