ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାମାରୀ କୋଭିଡ ପରିଚାଳନାରେ ରାଜ୍ୟ ସରକାର ଠିକଣା ପଦକ୍ଷେପ ନେଇଛନ୍ତି । ଯେଉଁଥିପାଇଁ ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିଛି ରାଜ୍ୟରେ । ଏମିତି କହି ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।
ରାଜ୍ୟପାଳ କହିଛନ୍ତି, ଗ୍ରାମପଞ୍ଚାୟତ ସ୍ତରରେ ଟେମ୍ପରାରୀ ମେଡିକାଲ ସେଡ୍ ନିର୍ମାଣ, ପ୍ରବାସୀ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା, ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଭଳି ପଦକ୍ଷେପ ଯୋଗୁ ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିଛି । କେବଳ ଏତିକି ନୁହେଁ, କୋଭିଡ୍ ମୁକାବିଲା ପାଇଁ ଆବଶ୍ୟକ ସରାଞ୍ଜାମ ସଂଗ୍ରହ ସହ ରୋଗ ସମ୍ପର୍କରେ ବ୍ୟାପକ ସଚେତନତା କରିଛନ୍ତି ରାଜ୍ୟ ସରକାର । ଏହି ପ୍ରକ୍ରିୟା ଜାରି ରଖିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ରାଜଭବନ ଆସି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ୍ ନିୟନ୍ତ୍ରଣ ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଅନେକ କ୍ଷେତ୍ରରେ ଓଡ଼ିଶା ଦେଶରେ ଉଚ୍ଚମାନର ପ୍ରଦର୍ଶନ କରିଥିଲେ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଅଭିଜ୍ଞତା ଓ ଦକ୍ଷତା ଉପଯୋଗ ହୋଇଛି । କୋଭିଡ୍ ସମୟରେ ଅମ୍ପନ୍ ଓ ପୁରୀ ରଥଯାତ୍ରା ସୁପରିଚାଳନା ଆହ୍ୱାନକୁ ଦକ୍ଷତାର ସହ ସମ୍ପନ୍ନ କରାଯାଇ ପାରିଛି ।
ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିÂାନର ନିଦେ୍ର୍ଧଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି, ଯୁଗ୍ମ ନିଦେ୍ର୍ଧଶକ ଡାକ୍ତର ଲୋକନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜଭବନ ଅଧିକାରୀ ଓ କର୍ମଚାରୀଙ୍କୁ କୋଭିଡ୍ ସମ୍ପର୍କରେ ସାଧାରଣ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି । ରାଜ୍ୟପାଳଙ୍କ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଧା ଏହି ଅବସରରେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.