ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରନ୍ତୁ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସମୟରେ ଓଡ଼ିଆ ଏବଂ ପ୍ରବାସୀ ଓଡ଼ିଆଙ୍କୁ ଚିକିତ୍ସା ସହଯୋଗ ଯୋଗାଇବା ଜରୁରି ହୋଇପଡ଼ିଛି । ଏହାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ରାଜ୍ୟରେ ତୁରନ୍ତ ଆୟୁଷ୍ମାନ ଯୋଜନା ଲାଗୁ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଅପିଲ୍ କରିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ସାରା ବିଶ୍ୱ ଓ ଦେଶ ଏବେ କରୋନାକୁ ସାମ୍ନା କରୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀ ଆତଙ୍କ କବଳରୁ ଲୋକଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ କରୁଛନ୍ତି । ଏହି ଘଡ଼ିସନ୍ଧି ସମୟରେ ଓଡ଼ିଶାବାସୀଙ୍କ ସହ ପ୍ରବାସୀ ଓଡ଼ିଆଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବା ଜରୁରି ହୋଇପଡ଼ିଛି ।
ରାଜ୍ୟବାସୀ ଏକ ବଡ଼ ସଙ୍କଟର ସାମ୍ନା କରୁଛନ୍ତି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ତପôର । ଓଡ଼ିଶାରେ ତୁରନ୍ତ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ରାଜ୍ୟର ସାଧାରଣ ଗରିବ ପରିବାରକୁ ସହାୟତା ପ୍ରଦାନ କରନ୍ତୁ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons