ବାଲିଗୁଡ଼ା,(ବି.ବି.ନୁ୍ୟଜ୍): ନିଶା ବ୍ୟବସାୟୀମାନେ ପୋଲିସ ଓ ଅବକାରୀ ବିଭାଗ ଆଖିରେଧୂଳି ଦେଇ ଖସି ଯିବା ପାଇଁ ବିଭିନ୍ନ ତରିକା ଆପଣାଉଛନ୍ତି । ତଥାପି ସେମାନେ ଧରାପଡୁଛନ୍ତି । ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ । ଗତକାଲି ରାତି ପ୍ରାୟ ୩ଟା ସମୟରେ ଏକ ଟ୍ରାକ୍ଟରରେ ଗଞ୍ଜେଇନେଇ ବଗାଡ଼ରୁ ବାହାରି କ.ନୂଆଗାଁ ଆଭିମୁଖେ ଯାଉଥିଲା । ଏହି ସମୟରେ ବାଳିଗୁଡ଼ା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଟ୍ରାକ୍ଟରଟିକୁ ପିଛା କରିଥିଲା । ମହାସିଂ ପଥପ୍ରାନ୍ତ ସେବା କେନ୍ଦ୍ର ନିକଟରେ ଗାଡ଼ିକୁ ପୋଲିସ ଅଟକାଇଥିଲା ଓ ସେଥିରୁ ଚାରି କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ଏହି ଘଟଣାରେ ଟ୍ରାକ୍ଟର ଡ୍ରାଇଭରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନାଁ ସଂଜୀବ ଖଟୁଆ । ତାଙ୍କ ଘର ମହାସିଂ ଗାଁରେ ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ।
Comments are closed, but trackbacks and pingbacks are open.