ରାତି ଅଧିଆ ଚଢ଼ାଉ: ୪ ଗିରଫ, ଦେଶୀ ଏବଂ ବିଦେଶୀ ମଦ ପେଟି ଜବତ

Get real time updates directly on you device, subscribe now.

ସାଲେପୁର: ମଙ୍ଗଳବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ ଠାରେ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାର୍ଡ ପକ୍ଷରୁ ଚଢାଉ ହୋଇଛି। ଏହି ଚଢାଉରେ ଚାରି ଜଣ ଚୋରା ମଦ ବେପାରୀ ଗିରଫ ହେବା ସହ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି। ଗିରଫ ବ୍ୟକ୍ତିମାନେ ହେଲେ ନିଶ୍ଚିନ୍ତକୋଇଲି ଥାନା କେଣ୍ଟାଳ ଗାଁର ସତ୍ୟନାରାୟଣ ସିଂ, ସାଲେପୁର ଥାନା ରାଘପୁର ଗାଁର ସୁକାନ୍ତ ନାଥ, ଶିଶୁଆର ଶ୍ରୀବନ୍ତ କର ଏବଂ କେନ୍ଦ୍ରାପଡା ଥାନା ବାରିମୂଳ ଗାଁର ଶିଶିର ଦାସ।
ଏମାନଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। କରୋନା ସମୟରେ ସରକାର ମଦକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଏଭଳି ଚୋରା ମଦ ବେପାରୀ ମାନେ ଗ୍ରାମାଞ୍ଚଳରେ ସକ୍ରୀୟ ଥିବାଜଣା ପଡିଛି। କଟକ ଅବକାରୀ ବିଭାଗ ପକ୍ଷରୁ ସାଲେପୁର ବିଭିନ୍ନ ଗାଁରେ ଚଢ଼ାଉ କରି ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ସାଲେପୁର ଅବକାରୀ ବୀଭାଗ କୁମ୍ଭକର୍ଣ୍ଣ ନିଦରେ ଶୋଇଛି। ସାଲେପୁର ବିଭିନ୍ନ ଛକ ବଜାର ଚୋରା ମଦ ବେପାରୀ ସକ୍ରିୟ ହୋଇ ଉଠିଛନ୍ତି।ସାଲେପୁର ପୋଲିସ ଓ ଅବକାରୀ ବିଭାଗ ଟିକେ ସକ୍ରିୟ ହୋଇ ଚଢ଼ାଉ କଲେ ଚୋରା ମଦ ଉପରେ ଅଙ୍କୁଶ ଲାଗିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons