ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ମନ୍ତ୍ରୀ, ସାଂସଦ :ପିଲାଙ୍କ ସହ ଖାଇଲେ ଅଣ୍ଡା ତରକାରୀ, ଭାତ

Get real time updates directly on you device, subscribe now.

ହରିଚନ୍ଦନପୁର, (ବି.ବି.ନୁ୍ୟଜ୍): ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ଓ ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମ୍ମୁ ଆଜି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପିଟାପିଟି ସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ସହ ବସି ମଧ୍ୟାହ୍ନଭୋଜନରେ ଭାତ ଓ ଅଣ୍ଡା ତରକାରୀ ଖାଇଛନ୍ତି ।
ବୁଧବାର ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ଏବଂ ସାଂସଦ ହରିଚନ୍ଦନପୁର ବ୍ଲକ ଗସ୍ତରେ ଆସି ବ୍ଲକର ପିଟାପିଟି ପଞ୍ଚାୟତର ପଦଯାତ୍ରାରେ ସାମିଲ ଥିଲେ । ପଦଯାତ୍ରା କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟାହ୍ନରେ ନିକଟସ୍ଥ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ପହଞ୍ଚô ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଥିଲେ । ମଧ୍ୟାହ୍ନ ଭୋଜନର ଗୁଣାବତ୍ତା ସମ୍ପର୍କରେ ଜାଣିବା ପାଇଁ ଉଭୟ ଛାତ୍ରଛାତ୍ରୀଙ୍କ ଗହଣରେ ବାରଣ୍ଡାରେ ବସି ଖାଇଥିଲେ । ଖାଇବା ପରେ ଗୁଣାବତ୍ତା ଠିକ୍ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons