ରାମାଶିଷ ବୋର୍ଡର ନୂଆ ସଭାପତି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ନୂତନ ସଭାପତି ଭାବେ ବରିÂ ପ୍ରଶାସନିକଅଧିକାରୀ ରାମାଶିଷ ହାଜରାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।ଆଜି ଦାୟିତ୍ୱ ଗ୍ରହଣ ପରେ ନବନିଯୁକ୍ତ ସଭାପତି ଶ୍ରୀ ହାଜରା କହିଛନ୍ତି, ତ୍ରୁଟିଶୂନ୍ୟ ଭାବେ ମାଟ୍ରିକ୍ ପରୀକ୍ଷା ପରିଚାଳନା ଉପରେ ସେ ପ୍ରାଥମିକତା ଦେବେ । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଇତିମଧ୍ୟରେଆରମ୍ଭ ହୋଇସାରିଛି । ଏବର୍ଷ ପରୀକ୍ଷା କିଭଳି ସୁରୁଖୁରୁରେ ହେବ ଓ ମୂଲ୍ୟାୟନରେ କିପରି ସଂପୂର୍ଣ୍ଣ ସ୍ୱଚ୍ଛତା ରହିବ, ସେଥିପ୍ରତି ସେ ବିଶେଷ ଧ୍ୟାନ ଦେବେ । ଗତକାଲି ଓଡିÿଶା ପ୍ରଶାସନିକ ସେବାଅଧିକାରୀ ସ୍ତରରେ ହୋଇଥିବାଅଦଳବଦଳରେ କଟକରଅତିରିକ୍ତ ଜିଲ୍ଲାପାଳ ଶ୍ରୀକାନ୍ତ କୁମାର ତରାଇଙ୍କୁ ବୋର୍ଡର ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି ।ଆଜି ଶ୍ରୀ ହାଜରା ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଶ୍ରୀ ତରାଇ ଦାୟିତ୍ୱ ନେଇନଥିବା ଜଣାପଡ଼ିଛି । ବିଗତ ଦୁଇ ବର୍ଷ ଧରି ବୋର୍ଡର ସଭାପତି ଭାବେ କାର୍ଯ୍ୟ କରୁଥିବା ଡ. ଜାହାନ୍ଆରା ବେଗମ୍ କିଛି ମାସ ତଳେଅବସର ନେବା ପରେ ବୋର୍ଡର ସଂପାଦକ ଭାବେ କାର୍ଯ୍ୟରତ ଶ୍ରୀ ହାଜରା ସଂପାଦକ ପଦ ସହ ଇନ୍ଚାର୍ଜ ସଭାପତି ଦାୟିତ୍ୱ ବି ତୁଲାଉଥିଲେ । ମାଟ୍ରିକ୍ ପରୀକ୍ଷା ପାଖେଇଆସୁଥିବାରୁ ଏବଂ ବୋର୍ଡରେ ବିଭିନ୍ନ ପ୍ରସଂଗକୁ ନେଇ କର୍ମଚାରୀଆନେ୍ଦାଳନ ଚାଲିଥିବାରୁ ତୁରନ୍ତ ସଭାପତି ପଦବି ପୂରଣ କରାଯିବାକୁ ଦାବି ହୋଇଆସୁଥିଲା । ସରକାର ନୂଆ ସଭାପତି ନିଯୁକ୍ତି କରିଛନ୍ତି ସତ । ମାତ୍ର ଉଭୟ ସଭାପତି ଓ ସଂପାଦକ ପଦବିରେ ପ୍ରଶାସନିକଅଧିକାରୀଙ୍କୁ ନିଯୁକ୍ତି ଦେଇ କୌଣସି ଶିକ୍ଷାବିତ୍ଙ୍କୁ ଏଥର ବୋର୍ଡରେ ଦାୟିତ୍ୱ ଦେଇନଥିବାରୁ ବୁଦ୍ଧିଜୀବୀ ମହଲରେ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons