ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ୨୦୧୯କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସ୍ୱୀକୃତି ଦେଇଛନ୍ତି । ପୂର୍ବରୁ ଏହା ସଂସଦର ଅନୁମୋଦନଲାଭ କରିଥିଲା । ବ୍ୟାପକ ବିତର୍କ ପରେ ବିରୋଧୀ ଦଳର ସଦସ୍ୟଙ୍କ ବିରୋଧ ସତ୍ତେ୍ୱ ମଙ୍ଗଳବାର ଲୋକସଭା ଓ ସୋମବାର ରାଜ୍ୟସଭା ଏହାକୁ ମଞ୍ଜୁରି ଦେଇଥିଲା । ବିଲ୍ରେ ରହିଥିବା ବ୍ୟବସ୍ଥା ଅନୁସାରେ ଜମ୍ମୁ-କାଶ୍ମୀର ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ସେଥିରେ ଜମ୍ମୁ-କାଶ୍ମୀର ଓ ଲଦାଖକୁ ପୃଥକ କରାଯିବା ସହ ଉଭୟ ଭାଗକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି । କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀ ଭଳି ଜମ୍ମୁ-କାଶ୍ମୀର ପାଇଁ ବିଧାନସଭା ରହିଥିଲା ବେଳେ ଲଦାଖ ପାଇଁ ବିଧାନସଭାର ବ୍ୟବସ୍ଥା ନାହିଁ ।
Comments are closed, but trackbacks and pingbacks are open.