ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର, ହତ୍ୟା ସନେ୍ଦହ

Get real time updates directly on you device, subscribe now.

ମୁନିଗୁଡ଼ା,(ବି.ବି.ନୁ୍ୟଜ୍): ଅମ୍ବାଦଳା ଥାନା ରାଣୀପିଣ୍ଡା ପଞ୍ଚାୟତ କୁଟ୍ରୁପାଲି ରାସ୍ତାକଡରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ଶବ ଉଦ୍ଧାର କରାଯାଇଛି । ମୃତକ ହେଲେ କୁଟ୍ରୁପାଲି ଗାଁର ବିଜୟ ପାତ୍ର(୫୦) । ତେବେ କେଉଁ କାରଣରୁ ତାଙ୍କ ମୃତୁ୍ୟ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । କେହି ହତ୍ୟା କରି ଫିଙ୍ଗି ଦେଇଥିବା ଗ୍ରାମବାସୀ ସନେ୍ଦହ କରିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର-କୁଟ୍ରୁପାଲି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ବିଜୟଙ୍କ ମୃତଦେହ ପଡିଥିବା ଦେଖି ଅମ୍ବାଦଳା ଥାନାକୁ ନିକଟ ଗ୍ରାମବାସୀ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍କୁ ପଠାଇଥିଲା । ମୃତ ବ୍ୟକ୍ତିଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ବିଜୟ ଶନିବାରଠାରୁ ନିଖୋଜ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ମୃତ ବ୍ୟକ୍ତିଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ବେଳେ ରାସ୍ତାକଡରୁ ଶବ ଉଦ୍ଧାର ହୋଇଥିବାରୁ କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥାଇପାରେ ବୋଲି ସନେ୍ଦହ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ୍ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons