ରାସ୍ତାକୁ ଓହ୍ଲାଇଲେ ମେସ୍କୋ ପ୍ଲାଣ୍ଟ କର୍ମଚାରୀ

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): ଛଅ ମାସର ବକେୟା ଦରମା ପ୍ରଦାନ, ବର୍ଷକର ଇପିଏଫ୍ ଡିପୋଜିଟ୍ , ପ୍ଲାଣ୍ଟକୁ ପୁନଃ ପ୍ରଚଳନ ଏବଂ ନୋ ୱୋର୍କ ନୋ ପେ ଉଚ୍ଛେଦ ଦାବିରେ ଆଜି (ଶନିବାର) ରାସ୍ତାକୁ ଓହ୍ଲାଇଲେ ମେସ୍କୋ ପ୍ଲାଣ୍ଟର କର୍ମଚାରୀ । ମେସ୍କୋ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଶତାଧିକ କର୍ମଚାରୀ ଯାଜପୁର ଜିଲ୍ଲା ଦାନଗଦି -ଡୁବୁରୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଖୁବ୍ଶୀଘ୍ର ସମସ୍ୟା ସମାଧାନର ପ୍ରତିଶ୍ରୁତି ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ଆଜି (ଶନିବାର) ସକାଳ ୭ଟାରୁ ଦୁଇ ଘଣ୍ଟା ଧରି କର୍ମଚାରୀମାନେ ରାସ୍ତା ଅବରୋଧ କରିବା ଦ୍ୱାରା ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହନ ଅଟକି ରହିଥିଲା । ଘଟଣାସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଏସ୍ପି ରାଜକିଶୋର ଦୋରା, ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା ପହଞ୍ଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରି ଖୁବ୍ଶୀଘ୍ର ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଯଦି ଖୁବ୍ଶୀଘ୍ର ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଫିସ ଓ ବାସଭବନ ଘେରାଉ କରିବେ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ତେବେ କର୍ମଚାରୀମାନଙ୍କର ଛଅ ମାସର ଦରମା ବାକି ଥିବା ବେଳେ ଅଫିସରମାନଙ୍କର ଆଠମାସର ଦରମା ବାକି ଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons