ମୟୂରଭଞ୍ଜ : ନଦୀକୁ ଯାଇଥିବା ରାସ୍ତା ଖୋଳିଦେଇ ହରଡ଼ଘଣାରେ ତହସିଲଦାର, ଗ୍ରାମରେ ଉତ୍ତେଜନା। ତହସିଲଦାରଙ୍କ ମନମୁଖୀ କାର୍ୟ୍ୟର ପ୍ରତିବାଦ କରି ଜେସିବି ସହିତ ଘଟଣାସ୍ଥଳରେ ତହସିଲଦାରଙ୍କୁ ଘେରାଉ କରି ରଖିଲେ ଅସନ୍ତୁଷ୍ଟ ଗ୍ରାମବାସୀ । ଖବରପାଇ ପୋଲିସ ପହଞ୍ଚି ଅସନ୍ତୁଷ୍ଟ ଗ୍ରାମବାସୀଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଲାଗି ରହିଛି ଅଶାନ୍ତି। ତେବେ ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ତହସିଲ ଅଞ୍ଚଳର ବଡମୁଣ୍ଢାବଣି ଗ୍ରାମରେ ଦେଖିବାକୁ ମିଳିଛି। ଏଠାରେ ଥିବା ଜମ୍ଭୀରାନଦୀରୁ ବାରମ୍ବାର ବେଆଇନ ଭାବେ ବାଲି ଉତ୍ତଳନ ହୋଇଅସୁଥିଲା। ମୋରଡ଼ା ତହସିଲଦାର ଏନେଇ ଅଭିଯୋଗ ପାଇ ଘଟଣାସ୍ଥଳକୁ ଯାଇ ନିରୀକ୍ଷଣ କରିଥିଲେ, ତେବେ ବେଆଇନ ବାଲି ଉତ୍ତଳନ କରୁଥିବା ଗାଡି ଜବତ ହୋଇନଥିବା ବେଳେ, ବାଲି ଷ୍ଟକ ହୋଇଥିବା ସ୍ଥାନରୁ ବାଲିକୁ ଡ଼ମ୍ଫର ଯୋଗେ ଉଠାଇ ନେବା ପରେ , ନଦୀ ତୁଠରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟିକୁ ତହସିଲଦାର ସାଙ୍ଗରେ ନେଇଥିବା ଏକ ନମ୍ବର ବିହୀନ ଜେସିବି ଦ୍ୱାରା ଖୋଳିଦେଇ ନଦୀରୁ ଗ୍ରାମକୁ ସଂଯୋଗ କାଟି ଦେଇଥିଲେ , ତହସିଲଦାରଙ୍କ ଏଭଳି ଦାୟିତ୍ବହୀନ ପଦକ୍ଷେପର ବିରୋଧ କରି ଗ୍ରାମବାସୀ ଉତ୍ୟକ୍ତ ହୋଇ ପଡ଼ି ଘଟଣାସ୍ଥଳରେ ଜେସିବି ସହ ତହସିଲଦାରଙ୍କୁ ଅଟକ ରଖିଛନ୍ତି , ଗ୍ରାମବାସୀ ଅଭିଯୋଗ କରିଛନ୍ତି ଆଗକୁ ଚାଷଜମିରୁ ସେହି ରାସ୍ତାଦେଇ ନିଜ ଫସଲ ଅମଳ କରୁଥିଲେ, ତେବେ କାହାକୁ କିଛି ନ ଜଣାଇ ରାସ୍ତାକୁ କାଟି ଦେଇଥିବାରୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଛି , ଏବଂ ଉତ୍ୟକ୍ତ ଲୋକେ ଏପର୍ୟ୍ୟନ୍ତ ମୋରଡ଼ା ତହସିଲଦାର ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ଅଟକ ରଖିଛନ୍ତି, ଖବରପାଇ ଘଟଣାସ୍ଥଳରେ ମୋରଡ଼ା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି କିନ୍ତୁ ଉକ୍ତ ରାସ୍ତାକୁ ଠିକ ନ କଲା ପର୍ୟ୍ୟନ୍ତ କାହାକୁ ନ ଛାଡିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।


Comments are closed, but trackbacks and pingbacks are open.