ରାସ୍ତାରୁ ମିଳିଲା ଲ୍ୟାଣ୍ଡମାଇନ, ବର୍ତ୍ତିଲେ ଯବାନ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): କମ୍ବିଂ ଅପରେସନ ପାଇଁ ଯାଉଥିବା ଯବାନମାନଙ୍କ ଉପରେ ଆକ୍ରମଣ କରିବା ଯୋଜନା କରିଥିଲେଫ ହେଲେ ସେମାନଙ୍କ ସବୁ ଯୋଜନା ଫେଲ ମାରିଥିଲା ଏବଂ ଯବାନମାନେ ଅଳ୍ପକେ ବର୍ତ୍ତିଗଲେ । ଜଙ୍ଗଲ ରାସ୍ତାରୁ ଯବାନମାନେ ୧୫ କେଜି ଓଜନର ଏକ ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ଉଦ୍ଧାର କରିବା ସହ ତାକୁ ନିଷ୍କ୍ରିୟ ମଧ୍ୟ କରି ଦେଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ହାତୀଗୁଡ଼ା ଗ୍ରାମରେ ନକ୍ସଲଙ୍କ ଗତିବିଧି ବୃଦ୍ଧି ପାଇଥିବା ନେଇ ସୂଚନା ପାଇବା ପରେ ଆଜି ଭୋର ସାଢେ଼ ୪ଟା ସମୟରେ ୧୯ ବାଟାଲିୟନ ସିଆରପିଏଫ୍ ଯବାନମାନେ କମ୍ବିଂ ଅପରେସନରେ ବାହାରିଥିଲେ । ଏହି ଯବାନମାନଙ୍କ ସହ ଜିଲ୍ଲା ପୁଲିସ୍ର ଜଣେ ଅଧିକାରୀ ମଧ୍ୟ ଥିଲେ । ଯବାନ ଆସୁଥିବା ସୂଚନା ପାଇ ସେମାନଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ହାତୀଗୁଡ଼ା ଗ୍ରାମ ନିକଟସ୍ଥ ଝାରବେଡ଼ା ସଂରକ୍ଷିତ ଜଙ୍ଗଲ ରାସ୍ତାରେ ୧୫ କେଜି ଓଜନର ଏକ ଲ୍ୟାଣ୍ଡମାଇନ୍ ମାଟିରେ ପୋତିଥିଲେ । ଏହି ଜଙ୍ଗଲରେ ଯବାନମାନେ ବୋମା ନିଷ୍କ୍ରିୟକାରୀ ଦଳ ସହ କମ୍ବିଂ ଅପରେସନ ଚଳାଇଥିବାବେଳେ ଏହି ଲ୍ୟାଣ୍ଡମାଇନ୍କୁ ଠାବ କରାଯାଇଥିଲା । ଲ୍ୟାଣ୍ଡମାଇନ୍ଟି ଏପରି ସ୍ଥାନରେ ପୋତା ଯାଇଥିଲା ଯେ, କାହାକୁ ହେଲେ ଟିକିଏ ସନେ୍ଦହ ହେବ ନାହିଁ । ମାତ୍ର ଯବାନମାନଙ୍କ ସତର୍କତା ଯୋଗୁଁ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ଲ୍ୟାଣ୍ଡମାଇନ୍କୁ ଜବତ କରାଯାଇ ଏକ ଖୋଲା ସ୍ଥାନରେ ତାକୁ ନିଷ୍କ୍ରିୟ କରି ଦିଆଯାଇଥିଲା । ଫଳରେ ନକ୍ସଲଙ୍କ ଯୋଜନା ଶେଷରେ ପଣ୍ଡ ହୋଇଥିଲା । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ଆଖପାଖ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ରହିଛି ଓ ସେମାନେ ପୁଣି ଥରେ ନିଜ କାର୍ଯ୍ୟକଳାପ ବୃଦ୍ଧି କରିବା ଲାଗି ଉଦ୍ୟମ ଚଳାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons