ରାସ୍ତାରେ ଓଲଟି ପଡ଼ିଲା ଯାତ୍ରାପାର୍ଟି ଟ୍ରକ୍

Get real time updates directly on you device, subscribe now.

ଆଠଗଡ଼: ଯାତ୍ରା ସାରି ଫେରୁଥିବା ବେଳେ ଏକ ଯାତ୍ରାପାର୍ଟି ଟ୍ରକ୍‌ ଓଲଟି ପଡ଼ିଛି। ଫଳରେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପ୍ରଥମେ ସମସ୍ତଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେତେକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ୬୫ ନମ୍ୱର ପୁରୁଣା କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟୀ ପୋଖରୀ ନିକଟରେ ଆଜି ଏଭଳି ଦୁର୍ଘଟଣା ଘଟିଛି।
ଖବର ଆନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରାପାର୍ଟି ସାଲେପୁରରୁ ନାଟକ ମଞ୍ଚସ୍ଥ ସାରି ସମ୍ବଲପୁର ଆସୁଥିଲେ। କିନ୍ତୁ କୌଣସି କାରଣ ଦୃଷ୍ଟିରୁ ହଠାତ୍‌ ଟ୍ରକ୍‌ଟି ରାସ୍ତା ମଝିରେ ଓଲଟି ପଡ଼ିଥିଲା। ରାସ୍ତା ମଝିରେ ଗାଡ଼ିଟି ଓଲଟି ପଡ଼ିଥିବାରୁ ଯାତାୟତରେ ବାଧା ଉପୁଜିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗି ପଡ଼ିଛନ୍ତି। ଯାତ୍ରାପାର୍ଟି ଟ୍ରକଟି ସାବିତ୍ରୀ ଗଣନାଟ୍ୟର ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons