ରାସ୍ତାରେ ଜମୁଛି ପାଣି

Get real time updates directly on you device, subscribe now.

ବୈପାରିଗୁଡା: ଅସରାଏ ବର୍ଷା ହେଲେ ରାସ୍ତାରେ ଜମିରହୁଛି ପାଣି । ଫଳରେ ଯାତାୟତରେ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡୁଛି । ବୈପାରିଗୁଡା ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏଭଳି ଦେଖିବାକୁ ମିଳିଛି । ଏବେ ଏଠାରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁ ନଥିଲେ ମଧ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ, କିରାସିନି ଆଦି ଜିନିଷ ନେବା ପାଇଁ ମାସକୁ ୪-୫ ଦିନ ଶତାଧିକ ହିତାଧିକାରୀ ଏଠାକୁ ଆସୁଛନ୍ତି । ସ୍ଥାନୀୟ ଲ୍ୟାମ୍ପସ୍ କାର୍ଯ୍ୟାଳୟ ଏଠାରେ ଥିବାରୁ ପ୍ରତିଦିନ ଲୋକମାନେ ବ୍ୟାଙ୍କ ସେବା ପାଇଁ ଏଠିକୁ ଆସିବା ସହିତ ବର୍ତ୍ତମାନ ସାର, ବିହନ ପାଇଁ ଆସୁଛନ୍ତି । ଏକ ହୋମିଓପାଥି କ୍ଲିନିକ ମଧ୍ୟ ଏଠାରେ ରହିଛି । ପ୍ରତିଦିନ କେତେକ ରୋଗୀ ଏଠାକୁ ଆସୁଛନ୍ତି । ପୁରୁଣା ପଞ୍ଚାୟତର ଏହି ରାସ୍ତା ଦେଇ ଭିତରେ ରହୁଥିବା କେତେକ ପରିବାର ମଧ୍ୟ ଯାତାୟତ କରୁଛନ୍ତି । କିଛି ଦୋକାନ ବଜାର ମଧ୍ୟ ଏହା ପରିସରରେ ରହିଛି । ସେଥିରୁ ପଞ୍ଚାୟତର ରାଜସ୍ୱ ଆଦାୟ ହେଉଛି । ହେଲେ ରାସ୍ତାରେ ଜମି ରହୁଥିବା ପାଣିକୁ ନିଷ୍କାସନ କରିବାକୁ କୌଣସି ଉଦ୍ୟମ କରାଯାଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସ୍ଥାନଟି ମୁଖ୍ୟ ରାସ୍ତା ଠାରୁ ତଳେ ଥିବାରୁ ପାଣି ନିସ୍କାସନରେ ବାଧା ଉପୁଜୁଛି । ସ୍ୱତନ୍ତ୍ର ଭାବରେ ଡ୍ରେନର ବ୍ୟବସ୍ଥା କରି ମୁଖ୍ୟ ରାସ୍ତା ପାଖରେ ଥିବା ଡ୍ରେନ ସହିତ ସଂଯୋଗ କରାଗଲେ ଏପରି ଅସୁବିଧା ଦୂର ହୋଇ ପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି । ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।

ରିପୋର୍ଟ ସରୋଜ ଲେଙ୍କାଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons