ରାସ୍ତାରେ ମହିଳାଙ୍କ ମୁଣ୍ଡ ବିହୀନ ଗଣ୍ଡି

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ସଦର ଥାନା ଭୂଦବାହାଳୀ ଗାଁରେ ଚାଞ୍ଚଲ୍ୟ । କାଠବାରୀ ପଞ୍ଚାୟତ କୁମୁଳାବାହାଳୀ ଠାରୁ ତୋରାଣୀପୋଖରୀ ପଞ୍ଚାୟତର ଭଣ୍ଡାରୀପଶିକୁ ସଂଯୋଗ କରୁଥିବା ଭୂଦବାହାଳୀ ଗାଁ ନିକଟ ରାସ୍ତାକଡରେ ବୁଧବାର ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଗଣ୍ଡି ପଡିଥିଲା । ହତ୍ୟା ପରେ ହତ୍ୟାକାରୀ ଜଣକ ମୁଣ୍ଡ କାଟି ନେଇଯାଇଥିବା ସନେ୍ଦହ ପ୍ରକାଶ ପାଇଛି । ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସୁନାରାମ ମହାନ୍ତଙ୍କ ସ୍ତ୍ରୀ କେଶ ମହାନ୍ତ(୪୭) ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି ।
ସୂଚନା ମୁତାବକ, ବାଡିରୁ ଲଙ୍କା ତୋଳି ବୁଧବାର ଅପରାହ୍ନରେ ଦ୍ୱାରିକାପଶି ସାପ୍ତାହିକ ହାଟକୁ ଲଙ୍କା ବିକି ବାହାରିଥିଲେ କେଶ । ସନ୍ଧ୍ୟା ପାଖାପାଖି ୫:୩୦ ରେ ଭୂଦବାହାଳୀ ନିକଟ ରାସ୍ତାକଡରେ ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଗଣ୍ଡି ପଡିଥିବା ଦେଖିବା ପରେ ଏ ଘଟଣା ଆଖପାଖରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ମୃତଦେହ ନିକଟରେ ଏକ ବ୍ୟାଗ ପଡିଥିବାବେଳେ କେଶଙ୍କ ସ୍ୱାମୀ ଏବଂ ପଡିଶାଙ୍କ ନିକଟରେ ଏ କଥା ପହଞ୍ଚିଥିଲା । ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ତାଙ୍କୁ ଚିହ୍ନଟ କରିଥିଲେ ।
ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେଶଙ୍କ ମୃତୁ୍ୟ ପଛରେ ତାଙ୍କ ଜ୍ୱାଇଁର ହାତ ଥିବା ସନେ୍ଦହ କରାଯାଉଛି । କାରଣ କେଶଙ୍କ ଝିଅ ଢେଙ୍କିକୋଟ ନିକଟସ୍ଥ ଚିକିଣିଆ ଗ୍ରାମରେ ବିବାହ କରିଥିବାବେଳେ ଜ୍ୱାଇଁ ସହିତ କଳି ଝଗଡା ଲାଗିରହୁଥିଲା । ତେଣୁ ସେ ଝିଅକୁ ନିଜ ଘରକୁ ଡାକି ଆଣୁଥିଲେ ଏବଂ ଜ୍ୱାଇଁ ସହ ଯିବାକୁ ଦେଉନଥିଲେ କେଶ । ଏହି ରାଗରେ ତାଙ୍କ ଜ୍ୱାଇଁ ହତ୍ୟା କରିଥାଇପାରେ ବୋଲି ସନେ୍ଦହ କରୁଛନ୍ତି ପରିବାର ଲୋକେ । ଶେଷ ଖବର ମୁତାବକ ତଦନ୍ତ ପାଇଁ ପୁଲିସ ଚିକିଣିଆ ଯାଇଥିବା ଜଣାପଡିଛି । ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons