ରାୟଗଡା : ରାସ୍ତା କାମକୁ ବିରୋଧ କରି ରାୟଗଡା ଜିଲ୍ଲାରେ ପୁଣି ମଓ ହିଂସା। ରାସ୍ତା କାମରେ ନିୟୋଜିତ ହୋଇଥିବା ହିଟାଚି ଜେସିବି ଓ ରୋଲରକୁ ମାଓବାଦୀ ପୋଡ଼ି ଦେଇଛନ୍ତି । ଏହି ଲଙ୍କା କାଣ୍ଡରେ ୧୫ରୁ ଉର୍ଦ୍ଧ୍ବ ମାଓ ବାଦୀ ସାମିଲ ଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ମାଓ ପୋଷ୍ଟର ମିଳିଛି।
ସୂଚନା ଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ୧୦ଟା ପରେ ୨ମହିଳାଙ୍କ ସମେତ ୧୫ରୁ ଉର୍ଦ୍ଧ୍ବ ମାଓବାଦୀ ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଠାରୁ ଥୁଆପାଡ଼ି ପର୍ୟ୍ୟନ୍ତ ହେଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଠିକାଦାର କ୍ୟାମ୍ପରେ ପହଁଞ୍ଚି ସେଠାରେ ରଖାଯାଇଥିବା ହିଟାଚି ଜେସିବି ଓ ରୋଲରକୁ ପୋଡି ଦେଇଛନ୍ତି। ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା କାମକୁ ବିରୋଧ କରି ମାଓବାଦୀ ଏଭଳି ଲଙ୍କା କାଣ୍ଡ ଘଟାଇଛନ୍ତି। ଉକ୍ତ ଗାଡି ଗୁଡିକୁ ଜାଳି ଦେବା ସହ ତିନୋଟି ହାତଲେଖା ପୋଷ୍ଟର ଛାଡିଯାଇଛନ୍ତି ।
Comments are closed, but trackbacks and pingbacks are open.