‘ରାସ୍ତା କଡ଼ ଢ଼ାବା ଓ ଗ୍ୟାରେଜ ଖୋଲା ରହିବ’

Get real time updates directly on you device, subscribe now.

ଭୁବନେଶ୍ୱର: ‘କରୋନା’ ରୋକିବା ପାଇଁ ଭାରତ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିଛି। ତେବେ ଏଥିରେ କିଛି କୋହଳ କରିଛନ୍ତି ରାଜ୍ୟ ସରକାର। ଲକ୍‌ଡାଉନ୍‌ ବେଳେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବା ଖୋଲା ରହିବ। ସେହିପରି ଗ୍ୟାରେଜ ଓ ପାର୍ଟସ ଦୋକାନ ମଧ୍ୟ ଖୋଲା ରହିବ। ମାଲବାହୀ ଯାନର ଚଳାଚଳକୁ ସୁଗମ କରିବାକୁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ପ୍ରମୁଖ ସଚିବ ପ୍ରଦୀପ ଜେନା।‘କରୋନା’ରେ ଭାରତରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ତେବେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏପରିକି ଘରୁ ନବାହାରିବାକୁ ଅପିଲ୍‌ କରିଥିଲେ। ତେବେ ଯେଉଁମାନେ ଏହାକୁ ଅବମାନନା କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଭାରତ ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିବ। ତେବେ ପ୍ରତିରକ୍ଷା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‌ ଫୋର୍ସ, ଟ୍ରେଜେରୀ, ସମସ୍ତ ପ୍ରକାରର ପେଟ୍ରୋଲିୟମ ଜାତୀୟ ସାମଗ୍ରୀ, ସିଏନଜି, ଏଲପିଜି, ପିଏନଜି, ପ୍ରାକୃତିକ ବିପର୍ୟ୍ୟୟ, ବିଜୁଳି, ଫୋଷ୍ଟ ଅଫିସ ଖୋଲା ରହିବ। ରାଜ୍ୟରେ ଜରୁରୀ ସେବାରେ ନିୟୋଜିତ ସମସ୍ତ ଅଫିସ ଓ ଅଧିକାରୀ କାର୍ୟ୍ୟ କରିବେ।
ବିଶେଷ କରି ବିଜୁଳି, ସଫେଇ ଓ ପାଣି ଯୋଗାଣ ବ୍ୟବସ୍ଥା ଚାଲୁ ରହିବ। ସେହିପରି ପେଟ୍ରୋଲ ପମ୍ପ, ମେଡିସନ ଦୋକାନ, ହସ୍ପିଟାଲ, ଏଟିଏମ, ବ୍ୟାଙ୍କ ଆଦି ଖୋଲା ରହିବ। କ୍ଷୀର, ପନି ପରିବା, ରାସନ ଓ ଗ୍ରୋସରୀ ଦୋକାନ ଖୋଲା ରହିବ। ଲକ ଡାଉନ ଯୋଗୁ ଫସି ଥିବା ଟୁରିଷ୍ଟ ମାନଙ୍କ ପାଇଁ ଲଜ, ହୋଟେଲ ମଧ୍ୟ ଖୋଲି ପାରିବ। ସମସ୍ତ ଗଣମାଧ୍ୟମ ପୂର୍ବ ଭଳି କାର୍ୟ୍ୟ କରିବେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons