ରାସ୍ତା ତଳକୁ ଢ଼ଳିଲା ଟ୍ରକ୍

Get real time updates directly on you device, subscribe now.

ବେଲବାହାଳି,(ବି.ବି.ନୁ୍ୟଜ୍): ସୋମବାର ସକାଳୁ ଏଠାରେ ଏକ ଲୁହାପଥର ବୋଝେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚାଳକ ଜଣକ ମଦ୍ୟପାନ କରି ଗାଡି ଚଳାଉଥିବାରୁ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା ତଳକୁ ଢଳି ପଡିଥିଲା । ଟ୍ରକ୍ର କ୍ଷତି ହୋଇଥିଲେ ମଧ୍ୟ ଡ୍ରାଇଭର ଓ ହେଲପର ବର୍ତ୍ତି ଯାଇଛନ୍ତି ।
ଅନ୍ୟପଟେ ବେଲବାହାଳି କୁସେଇ ସେତୁ ଯୋଗୁ ମଧ୍ୟ ଯାତାୟତ ସମସ୍ୟା ଲାଗି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବେଲବାହାଳି କୁସେଇ ସେତୁ ମରାମତି କାମ ଗତ ଜୁଲାଇ ମାସ ୨୯ ତାରିଖରେ ଆରମ୍ଭ ହେବା ପରେ ଅଞ୍ଚଳବାସୀ ଖୁସି ହୋଇଥିଲେ । ମାତ୍ର ମରାମତିର ଗୋଟିଏ ମାସ ପରେ କୁସେଇ ସେତୁ ଉପରେ ଏବେ ବଡ ବଡ ଖାଲ ହୋଇ ଗଲାଣି । ସମ୍ପୂର୍ଣ୍ଣ ରାସ୍ତାଟି ଭାଙ୍ଗି ଯାଇଥିବାବେଳେ ଟିକେ ବର୍ଷା ହେଲେ ଯାତ୍ରୀ ମାନେ ବାଇକ୍ରେ କିମ୍ବା ସାଇକେଲରେ ଯିବା ଆସିବା କରିବା କଷ୍ଟ । ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ନିମ୍ନ ମାନର କାମ କରିଥିବା ଠିକାଦାରଙ୍କ ପ୍ରତି ଦୁଢ଼ କାର୍ଯ୍ୟାନୁÂାନ ନେବା ସହ ଆଉ ଥରେ କୁସେଇ ସେତୁ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons