ରାସ୍ତା ପାଲଟିଛି ମରଣଯନ୍ତା, ପୌର ପ୍ରଶାସନ ନିରବ

Get real time updates directly on you device, subscribe now.

ଜୟପୁର: ଖରାଦିନ ଗଲା । ବର୍ଷା ଆସିବା ପରେ ପରେ ସହରର ବିଭିନ୍ନ ଅଞ୍ଚଳରେ ଜୋର୍ସୋର୍ରେ ଚାଲିଛି ରାସ୍ତା କାମ । କେଉଁଠି କଂକ୍ରିଟ ତ ଆଉ କେଉଁଠି ପିଚୁରାସ୍ତା । ଏମିତିକି ପେଭର ବ୍ଲକ ବ୍ୟବହାର କରାଯାଇ ନୂଆ ରାସ୍ତା ନିର୍ମାଣ କରାଯାଉଛି । ହେଲେ ପୁରୁଣା ତଥା ଶୋଚନୀୟ ଅବସ୍ଥାରେ ଥିବା ରାସ୍ତାକଥା ଭୁଲିଯାଉଛି ପୌରପାଳିକା । ଏଭଳି ଅଭିଯୋଗ କରିଛନ୍ତି ପାରାବେଡା ବାସିନ୍ଦା । ସତ୍ୟନାରାୟଣ ଛକରୁ ସ୍ୱର୍ଗତ ପ୍ରଭୁଦାନ ଭତ୍ରାଙ୍କ ବାସଭବନ ଦେଇ ଯାଇଥିବା ରାସ୍ତା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାର ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନେଉନି ପୌରପାଳିକା । ଏହାକୁ ନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସାହିବାସିନ୍ଦା କହିଛନ୍ତି, ପୌରପାଳିକା ଏବେ ନିଦାବିଷ୍ଣୁ ସାଜିଛି । ଚେୟାରମ୍ୟାନ ଏବଂ କାଉନସିଲର ନଥିବାରୁ ନିଜ ଇଚ୍ଛାରେ କାମ କରୁଛନ୍ତି ଅଧିକାରୀ । ଯେଉଁଠି ରାସ୍ତା ଆବଶ୍ୟକ ସେଠାରେ ନିର୍ମାଣ କରାଯାଉନି । ଯେଉଁଠି ଲୋକେ ରହୁନାହାନ୍ତି, ସେଠାରେ ଲକ୍ଷାଧିକ ଟଙ୍କା ବରେ ରାସ୍ତା ନିର୍ମାଣ କରାଯାଉଛି । ଲୋକଙ୍କ ଦାବିକୁ ପୌରପାଳିକା ଗ୍ରହଣ କରୁନାହିଁ । ପାରାବେଡାର ଏହି ରାସ୍ତା ଜରାଜୀର୍ଣ୍ଣ ହୋଇ ପଡିଛି । ବହୁବର୍ଷ ତଳେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାରୁ ଚିପ୍ସ ସବୁ ବାହାରିପଡ଼ିଛି । ଏହି ରାସ୍ତା ଦେଇ ବିଭିନ୍ନ ସାହିର ବାସିନ୍ଦା ଯିବାଆସିବା କରୁଛନ୍ତି । ରାସ୍ତା ନଷ୍ଟ ହୋଇଯାଇଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ତୁରନ୍ତ ଏହି ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ନିବେନ କରିଛନ୍ତି । ନହେଲେ ଆଗାମୀ ଦିନରେ ପୌର କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons