ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ଶନିବାର ସକାଳେ ପଟିଆ କଲେଜ୍ ନିକଟରେ ଏକ ଅଟୋ ହଠାତ୍ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା । କେହି କିଛି ବୁଝିବା ଆଗରୁ ଅଟୋଟିର ଅର୍ଦ୍ଧାଧିକ ଭାଗ ଜଳିଗଲା । ସୌଭାଗ୍ୟବଶତଃ ଗାଡି ଚାଳକ ଗାଡିରୁ ଡେଉଁ ପଡିବାରୁ ଅଳ୍ପକେ ଜୀବନ ବଞ୍ଚôଯାଇଛି । ପାଖରେ ଥିବା କିଛି ଦୋକାନୀ ଆସି ପାଣି ଢାଳିବାରୁ ନିଆଁ ଆୟତ୍ତ କରିଥିଲେ ବି ନିଆଁ ନଲିଭିବାରୁ ଅଗ୍ନିଶମ ବାହିନୀ ପହଞ୍ଚô ନିଆଁକୁ ଆୟତ୍ତ କରିଥିଲେ ।
ଘଟଣାରୁ ଜଣାଯାଇଛି ଏକ ଅଟୋ (ଓଡି୦୨ସି୮୦୯୪) ସକାଳ ସାଢେ ଦଶଟା ବେଳେ ଭୁବନେଶ୍ୱରରୁ ୬ଟି ଛୋଟ ଜେନେରେଟର ନେଇ ବାଲୁଗାଁ ଅଭିମୁଖେ ଯାଉଥିଲା । ପଟିଆ କଲେଜ ପାଖରେ ପଛ ଇଞ୍ଜିନରୁ ଧୂଆଁ ବାହାରି ଜଳିବାକୁ ଲାଗିଥିଲା । ଚାଳକ ବନା ପଲେଇ ନିଆଁ ଲାଗିଥିବା ଦେଖି ଗାଡି ରଖି ଜୀବନ ବିକଳରେ ବାହାରକୁ ଡେଇଁ ପଡିଥିଲେ । ଅଟୋଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ପାଖ ଦୋକାନୀ ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲିଭି ନଥିଲା । ଜେନେରେଟରରୁ ତେଲ ଲିକ୍ କରି ଅଧିକ ଜଳୁଥିଲା । ଖବରପାଇ ଅଗ୍ନିଶମ ବାହାନୀ ପହଞ୍ଚô ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଗାଡିଟି ଅର୍ଦ୍ଧାଧିକ ଜଳି ଯିବା ସହ ଗାଡି ରହିଥିବା ଜେନେରେଟର ବି ପୋଡି ଜଳି ପାଉଁଁଶ ହୋଇଯାଇଥିଲା । ପରେ ଜେନେରେଟର ମାଲିକ ପହଞ୍ଚô ତରବରିଆ ଭାବେ ଜେନେରେଟକୁ ଅଲଗା ଏକ ଟାଟା ଏସିରେ ଲଦି ନେଇ ଯାଇଥିଲେ ।
Comments are closed, but trackbacks and pingbacks are open.