ରାସ୍ତା ମଝିରେ ପୋଖରୀ?

Get real time updates directly on you device, subscribe now.

ନବରଙ୍ଗପୁର: ପୋଖରୀ ମଧ୍ୟରେ ରାସ୍ତା ନା, ରାସ୍ତା ମଝିରେ ପୋଖରୀ ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକଠାରୁ ସନ୍ତୋଷପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଅବସ୍ଥା ଦେଖିଲେ ଲୋକେ ଏହା ହିଁ କହିବେ । ରାସ୍ତାରେ ବଡ ବଡ ଖାଲ ହୋଇଛି ଯାହା କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
କୋଷାଗୁମୁଡା-ସନ୍ତୋଷପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ଏହି ରାସ୍ତା ଉପରେ ୧୦ଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି । ସ୍କୁଲ, କଲେଜ, ଡାକ୍ତରଖାନା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ, ବଜାରକୁ ଯିବା ପାଇଁ ଏହି ରାସ୍ତା ହିଁ ଭରସା । ଏଥିସହ ପଡୋଶୀ ଛତିଶଗଡ ରାଜ୍ୟକୁ ଯାତାୟତ ପାଇଁ ମଧ୍ୟ ଏହି ରାସ୍ତା ଉପରେ ଲୋକେ ନିର୍ଭର କରନ୍ତି । ବ୍ୟସ୍ତବହୁଳ ଏହି ରାସ୍ତାରେ କୋଷାଗୁମୁଡା ବସ୍ଷ୍ଟାଣ୍ଡ୍ ଠାରୁ ମାତ୍ର ୫୦ରୁ ୬୦ମିଟର ଦୂରରେ ମରାମତି ଅଭାବରୁ ବଡ ବଡ ଖାଲ ହୋଇଯାଇଛି । ସାମାନ୍ୟ ବର୍ଷାରେ ମଧ୍ୟ ରାସ୍ତାରେ ପାଣି ଜମି ରହି କୁତ୍ରିମ ପୋଖରୀ ଭ୍ରମ ସୃଷ୍ଟି କରୁଛି । ଫଳରେ ଅଧିକାଂଶ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ତୁରନ୍ତ ଏହି ରାସ୍ତା ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରୁ, ଆସନ୍ତା ୫ରୁ ୬ ଦିନ ମଧ୍ୟରେ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons