
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ମାଛକୁଣ୍ଡ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ଆଜି ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁÂିତ ହୋଇଯାଇଛି । ଏଥିରେ ଜଲାପୁଟ ଜଳଭଣ୍ଡାର ଅଞ୍ଚଳରେ ଗମନାଗମନ ବିକାଶ ସହ ସୀମାନ୍ତ ଗାଁଗୁଡିରେ ସ୍ୱାସ୍ଥ୍ୟ, ପାନୀୟଜଳ ଯୋଗାଣ ଓ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜଲାପୁଟ ଅଞ୍ଚଳବାସୀଙ୍କ ଗମନାଗମନ ସୁବିଧା ପାଇଁ ଜଲାପୁଟରୁ ଆନ୍ଧ୍ରସୀମା ମୁଚିମପୁଟକୁ ୫କିମି ରାସ୍ତା ନିର୍ମାଣ ଓଡିଶା ପକ୍ଷରୁ କରାଯିବ । ଲମତାପୁଟ ବ୍ଲକ ସଗରରୁ ଜଲାପୁଟ ୧୩ କିମି ରାସ୍ତା ମାଛକୁଣ୍ଡ ପ୍ରକଳ୍ପ ଦ୍ୱାରା ତିଆରି ହୋଇଥିଲା । ଏହାର ମରାମତି ପାଇଁ ଓଡ଼ିଶାକୁ ହସ୍ତାନ୍ତର କରାଯାଇଛି । କିନ୍ତୁ ଜଲାପୁଟରୁ ମୁଚିମପୁଟ ରାସ୍ତା ଆନ୍ଧ୍ର ନିଜ ଅଧୀନରେ ରଖିଥିବା ବେଳେ ଏହାର ଉନ୍ନତି ପ୍ରତି ଧ୍ୟାନ ଦିଆଯାଉ ନାହିଁ । ଫଳରେ ଏହି ରାସ୍ତା ଅବସ୍ଥା ଶୋଚନୀୟ ରହିଛି । ଦୀର୍ଘବର୍ଷ ହେଲା ଏକ ବ୍ରିଜ୍ ଭାଙ୍ଗିଥିବାରୁ ଅଞ୍ଚଳବାସୀଙ୍କ ଯାତାୟତରେ ସମସ୍ୟା ହେଉଛି । ଏହାର ଉନ୍ନତି ପାଇଁ ଆଜିର ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହିତ ପାରିପାର୍ଶିକ ଉନ୍ନତି ପାଇଁ ପ୍ରକଳ୍ପ କର୍ତ୍ତୃପକ୍ଷ ୨ଭାଗ ଅର୍ଥ ଯୋଗାଇ ଦେବେ । ଏହି ଅଞ୍ଚଳରେ ଗମନାଗମନ, ପାନୀୟଜଳ, ସ୍ୱାସ୍ଥ୍ୟ ସେବା ଓ ପର୍ଯ୍ୟଟନ ବିକାଶ ପାଇଁ ଆନ୍ଧ୍ର ୨କୋଟି ପ୍ରଦାନ କରିବା ପାଇଁ ଆଲୋଚନା କରାଯାଇଥିଲା । ଆନ୍ଧ୍ର ପକ୍ଷରୁ ଅର୍ଥ ପ୍ରଦାନ କରାଗଲେ ଅନକାଡେ଼ଲି ପାଇଁ ୧କୋଟି ଓ ଜଲାପୁଟ ଅଞ୍ଚଳ ପାଇଁ ୧କୋଟି ଖର୍ଚ୍ଚ କରାଯିବ । ଏହାର ଡ଼ିପିଆର ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ଅନୁମୋଦନ ଓ ରାଜ୍ୟସରକାରଙ୍କୁ ସୁପାରିଶ ପାଇଁ ଆଜିର ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବେନକୁମାର ପ୍ରଧାନ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆନ୍ଧ୍ରପ୍ରଦେଶ ପାୱାର ଜେନରେସନ କମ୍ପାନି ମୁଖ୍ୟ ନିର୍ବାହୀଯନ୍ତ୍ରୀ ନାଗେଶ୍ୱର ରାଓ, ମାଛକୁଣ୍ଡ ଜଲାପୁଟ ପ୍ରକଳ୍ପ ନିର୍ବାହୀଯନ୍ତ୍ରୀ ଆଦିତ୍ୟ ସମାନ୍ତରାୟ, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡ଼ାଲ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ, ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ି, ଉପଜିଲ୍ଲାପାଳ ଲଳିତକୁମାର କହଁର, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଶରତଚନ୍ଦ୍ର ପାତ୍ର, ଜିଲ୍ଲା ଉନ୍ନୟନ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ ଓ ଜିଲ୍ଲା ଜରୁରୀ ବିଭାଗ ସେrନ ଅଧିକାରୀ ପ୍ରକାଶ ସମାଲ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.