ନୂଆଦିଲ୍ଲୀ: ଭାରତର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ( ସିଡିଏସ) ଜେନେରାଲ ବିପିନ ରାୱତଙ୍କୁ ସହଯୋଗ କରିବା ପାଇଁ ସରକାର ୨ ଜଣ ଯୁଗ୍ମ ସଚିବ, ୧୩ ଜଣ ଉପ ସଚିବ ଓ ୨୫ ଜଣ ଅନୁ ସଚିବ ନିଯୁକ୍ତ କରିବେ । ଉଭୟ ବେସାମରିକ ଓ ସାମରିକ ଅଧିକାରୀମାନଙ୍କୁ ଏହି ପଦବିରେ ନିଯୁକ୍ତିିଦିଆଯିବ । ଏମାନେ ସରକାରଙ୍କଦ୍ୱାରା ନୂତନ ଭାବେ ଗଠିତ ସାମରିକ ବ୍ୟାପାର ବିଭାଗରେ କାର୍ଯ୍ୟ କରିବେ । ସିଡିଏସ ଜେନେରାଲ ରାୱତ ଉକ୍ତ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।
Comments are closed, but trackbacks and pingbacks are open.