ସମ୍ବଲପୁର,(ବି.ବି.ନୁ୍ୟଜ୍): କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସମ୍ବଲପୁରରେ ଅପରାଧିକ ଗୋÂୀ ସକ୍ରିୟ ହୋଇଉଠିଛନ୍ତି । ଗତକାଲି ରାତିରେ ସହରର ରିଂରୋଡ କଡରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହାଟପଦା କଲ୍ୟାଣ ମଣ୍ଡପ ସାମ୍ନାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଗୁରୁତର ଆହତ ଯୁବକଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂପୃକ୍ତ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରି ଭୁସି ହତ୍ୟା କରିଥିବା ନେଇ ପାରିପାଶ୍ୱର୍ିକ ସ୍ଥିତିରୁ ସନେ୍ଦହ ଘନେଇଛି । ସେପଟେ ଏଥିରେ ସଂପୃକ୍ତ ହତ୍ୟାକାରୀଙ୍କୁ ଗିରଫ ପାଇଁ ୩ଟି ସ୍ପେଶାଲ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଆଶଙ୍କା କରି ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଅନୁସାରେ ଦାନୀପାଲି ଅଞ୍ଚଳର ବାବୁଲ ନାଏକ କୌଣସି ଏକ କାମରେ ଆଜି ପ୍ରାୟ ଦିନ ୧୧ଟା ସମୟରେ ହାଟପଡା ନିକଟକୁ ଆସିଥିଲେ । ସେଠାରେ ଥିବା ଏକ ଦୋକାନରେ ବାବୁଲ ଗାଡି ପାର୍କ କରି ଠିଆ ହୋଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ହଠାତ ଗାଡି ରଖି ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଛୁରାମାଡ ତାଙ୍କ ବେକ, ପେଟରେ ବାଜିଥିବାରୁ ସେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଟାଉନ ଥାନା ପିସିଆର ଘଟଣାସ୍ଥଳରେ ପହଞ୍ଚି ବାବୁଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଅଇଁଠାପାଲି ସହରାଞ୍ଚଳ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ସେପଟେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. କନୱର ବିଶାଲ ସିଂହ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ସଦର ଏସ୍ଡିପିଓ ତପନ ମହାନ୍ତି , ଅଇଁଠାପାଲି ଆଇଆଇସି ଯୋଗେଶ ପଣ୍ଡା ଏବଂ ଟାଉନ ଆଇଆଇସି ରମେଶ ଦୋରାଙ୍କୁ ନେଇ ଗଠିତ ସ୍ପେଶାଲ ଟିମ୍ ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି । ବାବୁଲଙ୍କ ବୁର୍ଲାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅପରପକ୍ଷେ, ସ୍ଥାନୀୟ ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା କରି ୫ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ସେପଟେ ଅଭିଯୁକ୍ତ ଏବଂ ମୃତକଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।


Comments are closed, but trackbacks and pingbacks are open.