ରିପୁନାଥ ସେଠ୍‌ଙ୍କ ବିସ୍ଫୋରକ ବୟାନ, କହିଲେ ଦଳ ପାଇଁ ବିଜେପୁରରେ ପ୍ରଚାର କରିବେନାହିଁ

Get real time updates directly on you device, subscribe now.

ଭୁବନେଶ୍ବର : ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ତେବେ ରିପୁନାଥ ସେଠ୍ ବିଜେପୁରରୁ ତାଙ୍କ ପୁଅ କଂଗ୍ରେସ ଟିକେଟ୍ ପାଇବ ବୋଲି ଆଶା ରଖିଥିଲେ । ମାତ୍ର କଂଗ୍ରେସ ସେଠାରୁ ତାଙ୍କୁ ପ୍ରାର୍ଥୀ ନକରି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଯାହା ଫଳରେ ରିପୁନାଥ ସେଠ୍ ଅସନ୍ତୁଷ୍ଟ ଥିଲେ ।
ତେବେ ଏହାକୁ ନେଇ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ରିପୁନାଥ୍ ସେଠ୍ । ନାମାଙ୍କନପତ୍ର ଦାଖଲ ବେଳେ ସେ ଯୋଗ ଦେବେନାହିଁ ବୋଲି ସେ ସିଧା ସିଧା କହିଛନ୍ତି । ଏପରିକି ବିଜେପୁରରେ ଦଳ ପାଇଁ ପ୍ରଚାର କରିବେନାହିଁ ବୋଲି କହିଛନ୍ତି । ଏଠି ନେତା ସଚ୍ଚକ୍ଷ ନୁହଁନ୍ତି, କର୍ମୀ କେମିତି ସଚ୍ଚୋଟ ହେବେ ବୋଲି ସେ କହିଛନ୍ତି । ୨୦୧୮ ଉପ ନିର୍ବାଚନର ଭୁଲକୁ ଦଳ ଦୋହରାଇଛି ବୋଲି ସେ କହିଛନ୍ତି । କଂଗ୍ରେସକୁ ମୂଳପୋଛ କରିବାକୁ ଚକ୍ରାନ୍ତ ଚାଲିଛି । ତାଙ୍କୁ ଦଳ କୌଣସି ଦାୟିତ୍ଵ ଦେଇ ନାହିଁ । ଦଳରେ ସେ ଏବେ ଆଯୋଗ୍ୟ ତେଣୁ ଅଯୋଗ୍ୟ ବ୍ୟକ୍ତି କେମିତି ବିଜେପୁର ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons