ଭୁବନେଶ୍ବର: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ବର ଲିଙ୍କ୍ରେ ଡିଜିପି ଅଭୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏନ୍ସିବି (ଘବrମକ୍ଟଗ୍ଧସମଗ୍ଦ ଉକ୍ଟଦ୍ଭଗ୍ଧrକ୍ଟକ୍ଷ ଈଙ୍କrରବଙ୍କ) ଘଟଣାର ତଦନ୍ତ ଭାରର ଦାୟିତ୍ବ ନେଇଛନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ଓଡିଶା ପୁଲିସ୍ ସହ ଏନ୍ସିବି ଯୋଗଯୋଗ କରି ନାହିଁ। ଏଥିସହ ଏହି ଘଟଣାରେ ଓଡିଶା ପୁଲିସ୍କୁ କୌଣସି ତଥ୍ୟ ମାଗି ନାହାନ୍ତି। ଯଦି ଆଗାମୀ ଦିନରେ ଏନ୍ସିବି ଓଡିଶା ପୁଲିସ୍ର ସହଯୋଗ ଲୋଡ଼ନ୍ତି ତେବେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଡିଜିପି ଅଭୟ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ରିୟାଙ୍କ ହ୍ବାଟସଆପ୍ ଚାଟରେ ସେ ଭୁବନେଶ୍ବର ଆସିଥିବା କଥା ଜଣା ପଡ଼ିଛି। ରିୟା ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସିମୋନ୍ ଖମ୍ବୋଟାଙ୍କ ସହ ହ୍ବାଟସଆପରେ ଭୁବନେଶ୍ବରରେ ଡ୍ରଗ୍ସ୍ ମିଳୁଥିବା କଥା ଲେଖିଛନ୍ତି। ଏହି ହ୍ବାଟସଆପ୍ ଚାଟ୍ ୨୦୨୦ ,ମାର୍ଚ୍ଚ ୧୮ତାରିଖର ବୋଲି ଜଣା ପଡ଼ିଛି। ସେ ସିମୋନଙ୍କୁ ଭୁବନେଶ୍ବର ଗଞ୍ଜେଇ ଏବଂ ସବୁପ୍ରକାର ନିଶା ଦ୍ରବ୍ୟର ଭଲ ପେଣ୍ଠସ୍ଥଳୀ ବୋଲି କହିଛନ୍ତି। ତେବେ ରିୟା ଭୁବନେଶ୍ବର କାହା ସହ ଆସିଥିଲେ ଏବଂ କେଉଁଠି ରହିଥିଲେ ତାହା ଏବେ ଜଣା ପଡ଼ି ନାହିଁ।
Comments are closed, but trackbacks and pingbacks are open.