ରୁଷରେ ୭.୫ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ

Get real time updates directly on you device, subscribe now.

ମୋସ୍କା : ରୁଷରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ବୁଧବାର ଦିନ ରୁଷ୍‌ର କୁରିଲ ଦୀପପୁଞ୍ଜରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୫ ଥିବା ଜଣାପଡିଛି । ଯାହାଫଳରେ ସୁନାମୀର ସତର୍କ ସୂଚନା ଜାରି କରିଛି ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବୋଲି ଜଣାପଡିଛି ।ବୁଧବାର ଦିନ ରୁଷ୍‌ର କୁରିଲ୍‌ ଦୀପପୁଞ୍ଚରେ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂକମ୍ପ ଝଟକା ନିକଟ ଅଞ୍ଚଳରେ ମଧ୍ୟ ଦେଖାଦେଇଥିଲା । ଯାହାଫଳରେ ସ୍ଥାନୀୟଲୋକ ବାହାରକୁ ବାହିରି ଆସିଥିଲେ । ତେବେ ଏପରି ଜୋରଦାର ଭୂକମ୍ପ ଲାଗି ସୁନାମୀର ସତର୍କ ସୂଚନା ଦେଇଛି ଆମେରିକା ଭୂତତ୍ତ୍ୱ ସଂସ୍ଥା । ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବତା ୭.୫ ରେକର୍ଡ କରାଯାଇଛି । ଭୂକମ୍ପ ଅନୁଭୂତ ହେବା ମାତ୍ରେ କିଛି ଲୋକ ଭୟରେ ଘରୁ ବାହାରକୁ ବାହାରି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଭୂକମ୍ପରେ କୌଣସି ଅଘଟଣର ସୂଚନା ମିଳିନାହିଁ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ । ତେବେ ଏନେଇ କିଛି ଅଧିକ ବିବରଣୀ ସାମ୍ନାକୁ ମଧ୍ୟ ଆସିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons