ରୁଷର ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୈଠକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ):ନୂଆଦିଲ୍ଲୀଠାରେ ମଙ୍ଗଳବାର ରୁଷର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୈଠକ ହୋଇଯାଇଛି । ରୁଷର ନିବେଶ ଓ ରପ୍ତାନି ଏଜେନ୍ସିର ସିଇଓ ଲିଓନିଡ୍ ପେତୁକୋଭ ଓ ପ୍ରତିନିଧି ମଣ୍ଡଳିଙ୍କ ସହ ଏହି ଆଲୋଚନା ଫଳପ୍ରଦ ରହିଥିଲା । ଆଗାମୀ ଦିନରେ ରୁଷ ଏବଂ ଭାରତୀୟ ଇସ୍ପାତ ଶିଳ୍ପର ଭାଗିଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରୁଷରେ କୋଇଲା ସମେତ ଅନ୍ୟ ଖଣିଜ ସମ୍ୱଳର ଅପାର ସମ୍ଭାବନା ରହିଛି । ଇସ୍ପାତ ଏବଂ କୋଇଲା କ୍ଷେତ୍ରରେ ରୁଷର ଦୀର୍ଘକାଳୀନ ସହଯୋଗ ଭାରତକୁ କୋକିଂ କୋଲରେ ବିବିଧତା ଆଣିବାରେ ସହାୟକ ହେବ ।
ଅନ୍ତର୍ଦେଶୀୟ ଏବଂ ବନ୍ଦର ବିକାଶ ପାଇଁ ଏହି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ରୁଷ ସରକାରଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ । ଏହା ଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ହେବ ଏବଂ ଏଥିପାଇଁ ଭାରତ ମଧ୍ୟ ପୂର୍ଣ୍ଣ ସହଯୋଗ ଦେବ । ଫଳରେ ଦୁଇ ଦେଶ ଲାଭବାନ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ବୈଠକ ପରେ ସୂଚନା ଦେଇଛନ୍ତି ।
ଚଳିତବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷରେ ଆୟୋଜିତ ଅର୍ଥନୀତି ଫୋରମରେ ଯୋଗଦେବା ପାଇଁ ଭ୍ଲାଡିଭୋଷ୍ଟୋକ ଗସ୍ତ କରିଥିଲେ । ତାଙ୍କର ଏହି ଗସ୍ତ ଭାରତ ଏବଂ ରୁଷ ମଧ୍ୟରେ ଥିବା ବ୍ୟବସାୟିକ ଓ ଅନ୍ୟାନ୍ୟ ସମ୍ପର୍କକୁ ସୁଦୃଢ଼ କରିଛି । ମୋଦିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ବିକାଶର ଲକ୍ଷ୍ୟକୁ ପୁନର୍ଜୀବିତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ବୈଠକରେ କୋକିଂ କୋଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତରେ ହୋଇଥିବା ବୁଝାମଣାକୁ ଆଗକୁ ବଢାଇବା ନେଇ ବିଭିନ୍ନ ବ୍ୟବସାୟିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons