ରୂପ ବଦଳାଇ ମାରାତ୍ମକ ହେଉଛି କରୋନା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚୀନ୍ରୁ ବ୍ୟାପିଥିବା କରୋନା ଭୂତାଣୁ (କୋଭିଡ-୧୯) ଏବେ ବିଶ୍ୱରେ ଆତଙ୍କ ଜାରି ରଖିଛି । ୨୦୧୯ ଡିସେମ୍ୱରରେ ଚୀନର ହୁବେଇ ପ୍ରଦେଶର ୱୁହାନ ସହରରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ତା’ ପରଠାରୁ ଏହି ଭୂତାଣୁ ପୂରା ଦୁନିଆକୁ ନିଜ କବ୍ଜାକୁ ନେଇଯାଇଛି । ଖାଲି ସେତିକି ନୁହେଁ, ଏହି ପ୍ରାଣଘାତୀ ଭୂତାଣୁ ନିଜକୁ ଲଗାତର ଭାବେ ପରିବର୍ତ୍ତନ କରି ୧୦ଟି ପୃଥକ୍ ପ୍ରକାରରେ ବଦଳାଇ ଦେଇଛି । ତନ୍ମଧ୍ୟରୁ ଏକ ପ୍ରକାର ବା ଟାଇପ୍ ସର୍ବାଧିକ ଘାତକ ସାବ୍ୟସ୍ତ ହୋଇଛି । ତାହାକୁ ‘ଏ୨ଏ’ ଟାଇପ ଭୂତାଣୁ ବୋଲି କୁହାଯାଉଛି । ଏହା ଅଧିକ ମାରାତ୍ମକ ହୋଇଥିବା ବେଳେ ଭାରତରେ ମଧ୍ୟ ଏହି ଟାଇପ୍ ଦେଖିବାକୁ ମିଳିଥିବା ଗବେଷକମାନେ ଦାବି କରୁଛନ୍ତି । ଏହି ପ୍ରକାରର ଭୂତାଣୁ ଅଧିକ ସଂକ୍ରମଣ ପ୍ରସାରଣ କରୁଥିବା ଜଣାପଡ଼ିଛି ।
ନ୍ୟାସ୍ନାଲ ଇନ୍ଷ୍ଟିଚୁ୍ୟଟ ଅଫ୍ ବାୟୋମେଡିକାଲ ଜିନୋମିr (ଏନ୍ଆଇବିଜି) ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏ୨ଏ କରୋନା ଭୂତାଣୁ ପୂରା ବିଶ୍ୱରେ ବ୍ୟାପିଯାଇଛି । ଅନ୍ୟ ଟାଇପ୍ ଭୂତାଣୁ ସ୍ଥାନରେ ଏବେ ଏହାର ରାଜ୍ ଚାଲିଛି । ନିଧାନ ବିଶ୍ୱାସ ଏବଂ ପ୍ରଥା ମଜୁମଦାରଙ୍କର ଏହି ଗବେଷଣା ଇଣ୍ଡିଆନ ଜର୍ଣ୍ଣାଲ ଅଫ୍ ମେଡିକାଲ ରିସର୍ଚ୍ଚରେ ଶୀଘ୍ର ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।
ଗବେଷଣାରୁ ଜଣାପଡ଼ିଛି ଯେ ଏ୨ଏ ଭାଇରସ ଅତ୍ୟନ୍ତ ଅନିଷ୍ଟକାରୀ ଏବଂ ଏହା ମଣିଷର ଫୁସ୍ଫୁସ୍ରେ ବୃହତ୍ ସଂଖ୍ୟାରେ ପ୍ରବେଶ କରିବାର କ୍ଷମତା ରଖିଛି । ୮୦୦ ଲୋକଙ୍କ ଜୀବନ ନେଇଥିବା ଏବଂ ୮,୦୦୦ ଲୋକଙ୍କୁ ସଂକ୍ରମିତ କରିଥିବା ପୂର୍ବର ସାର୍ସ କୋଭିଡ ଭୂତାଣୁଠାରୁ କୋଭିଡ-୧୯ ଅତ୍ୟନ୍ତ ମାରାତ୍ମକ ଏବଂ ଲୋକଙ୍କ ଫୁସ୍ଫୁସ୍ରେ ପ୍ରବେଶ କରିବାରେ ଏହାର ଅଧିକ କ୍ଷମତା ରହିଛି । ଅନ୍ୟନ୍ତ କ୍ଷିପ୍ର ଗତିରେ ଏହା ବ୍ୟାପିଯାଉଛି । ପୂରା ବିଶ୍ୱକୁ ଏହା ବ୍ୟାପିଯାଇଥିବା କୁହାଯାଉଛି ।
କୁହାଯାଉଛି ଯେ ବିଶ୍ୱାସ ଏବଂ ମଜୁମ୍ଦାରଙ୍କ ଏହି ଗବେଷଣା ଟିକା ବିକାଶ କରୁଥିବା ବୈଜ୍ଞାନିକଙ୍କ କାମରେ ଆସିପାରିବ । ଗବେଷଣା ମୁତାବକ ଗତ ୪ ମାସ ମଧ୍ୟରେ କୋଭିଡ-୧୯ ଭୂତାଣୁର ୧୦ ପ୍ରକାର ପୁରୁଣା ‘ଓ’ ଟାଇପ୍ର ଥିଲେ । ମାର୍ଚ୍ଚ ଶେଷ ସପ୍ତାହରୁ ଏ୨ଏ ପୁରୁଣା ଭୂତାଣୁର ସ୍ଥାନ ନେବା ଆରମ୍ଭ କରିଛି ଏବଂ ପୂରା ବିଶ୍ୱକୁ ଏହା ବ୍ୟାପିବାରେ ଲାଗିଛି । ମଜୁମଦାରଙ୍କ କହିବାନୁଯାୟୀ କୋଭିଡ-୧୯ ଭୂତାଣୁ ଭିନ୍ନ ରୂପ ନେବାରେ ଲାଗିଛି ଏବଂ ଏହା ସାର୍ସ କୋଭ୨ ତୁଳନାରେ ଅଧିକ କ୍ଷମତାଶାଳୀ ହୋଇଯାଇଛି ।
ମିଳିଥିବା ସୂଚନା ମୁତାବକ ଏନ୍ଆଇବିଜିର ଗବେଷକମାନେ ଆରଏନଏ ସିକ୍ୱେନ୍ସ ଡାଟା ବ୍ୟବହାର କରି ଏହି ନୂଆ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । କୋଭିଡ-୧୯ ଉପରେ ଗବେଷଣା କରୁଥିବା ଦୁନିଆର ତମାମ ଗବେଷକଙ୍କୁ ଏହି ଡାଟା ସମସ୍ତ ସୂଚନା ଦେଇଥିଲା । ଭାରତୀୟ ଗବେଷକମାନେ ମଧ୍ୟ ଆରଏନଏ ସିକ୍ୱେନ୍ସ ଡାଟାର ସାହାଯ୍ୟ ନେଇଛନ୍ତି । ୫୫ ଦେଶରୁ ୨୦୧୯ ଡିସେମ୍ୱରରୁ ଏପ୍ରିଲ ୬ ପର୍ଯ୍ୟନ୍ତ ସଂକଳିତ ୩,୬୦୦ କରୋନା ଭୂତାଣୁ ଉପରେ ଆରଏନଏ ସିକ୍ୱେନ୍ସର ପ୍ରୟୋଗ କରାଯାଇଥିଲା ।
ଏନ୍ଆଇବିଜିର ପ୍ରତିÂାତା ନିଦେ୍ର୍ଧଶକ ତଥା ପ୍ରଫେସର ମଜୁମଦାର କହିଛନ୍ତି, କରୋନା ଭୂତାଣୁକୁ ଅନେକ ପ୍ରକାରରେ ବିଭକ୍ତ କରାଯାଇ ପାରିବ । ଏହାକୁ ଓ, ଏ୨, ଏ୨ଏ, ଏ୩, ବି, ବି୧ ଏବଂ ଅନ୍ୟ ପ୍ରକାରରେ ଭାଗ କରାଯାଇ ପାରିବ । ଏଥିରେ ‘ଓ’ ଟାଇପ ମଧ୍ୟ ରହିଛି, ଯାହା ହେଉଛି ପୁରୁଣା ପ୍ରକାର ଏବଂ ୱୁହାନରେ ଏହା ସୃଷ୍ଟି ହୋଇଥିଲା । ଏହି ପ୍ରକାର ଭୂତାଣୁ ଅଧିକ ବେଗରେ ବ୍ୟାପିବା କ୍ଷମତା ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons