ଦଶମନ୍ତପୁର: ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗ ପଞ୍ଚାୟତ ଡେଙ୍ଗାଜାନୀଗୁଡା ଗାଁ ନିକଟରେ ନାଲ୍କୋ ପକ୍ଷରୁ ରେଡମଡ୍ ପଣ୍ଡ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି । ନାଲ୍କୋ କର୍ତ୍ତୃପକ୍ଷ ପୁଲିସ୍ ଲଗାଇ ଗାଁ ଲୋକଙ୍କୁ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ମରିବୁ ପଛେ ଗାଁ ନିକଟରେ ବିଷାକ୍ତ ପୋଖରୀ ଖନନ କରାଇ ଦେବେ ନାହିଁ । ଜିଲ୍ଲା ପ୍ରଶାସନ ଗାଁ ଲୋକଙ୍କ ଗୁହାରି ନଶୁଣିଲେ ବାଧ୍ୟ ହୋଇ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଦୁଇଦିନ ତଳେ ନାଲ୍କୋ ସହ ଅନୁବନ୍ଧିତ ମୈତ୍ରୀ କମ୍ପାନି ଡେଙ୍ଗାଜାନୀଗୁଡା ଗାଁରୁ ମାତ୍ର ୨୦୦ ମିଟର ଦୂରରେ ଏକ ପୋଖରୀ ଖନନ ପାଇଁ ସର୍ଭେ କରିଥିଲା । ଏ ସମ୍ପର୍କରେ ଖବରପାଇ ଗ୍ରାମବାସୀ ସେଠାରେ ପହଞ୍ଚି କମ୍ପାନି କର୍ମଚାରୀଙ୍କୁ ଏଠାରେ ରେଡ୍ମଡ୍ ପଣ୍ଡ ପାଇଁ ପୋଖରୀ ଖନନ ନକରିବା ଲାଗି କହିଥିଲେ । ଗ୍ରାମବାସୀଙ୍କ ବିରୋଧ ଯୋଗୁ କମ୍ପାନି ପକ୍ଷରୁ କୋରାପୁଟ ସଦର ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ପାଟି ଚୁପ୍ କରାଇବାକୁ ଉଦ୍ୟମ କରିଥିଲା । ପୁଲିସ୍ର କାର୍ଯ୍ୟାନୁÂାନକୁ ଭୟ ନକରି ମରିଯିବେ ପଛେ ପୋଖରୀ ଖନନ ପାଇଁ ସ୍ଥାନ ଦେବେ ନାହିଁ ବୋଲି ଗାଁର ପଦ୍ମନ ବିଶୋଇ, ମନ ବିଶୋଇ, ବଂଶୀଧର ବିଶୋଇ, ମାଣିକ ମୁଦୁଲି, କମଳା ଗନ୍ତାୟତ ପ୍ରମୁଖ କହିଛନ୍ତି ।
ଗ୍ରାମବାସୀଙ୍କ କହିବା ପ୍ରକାରେ, ସେମାନଙ୍କ ଗାଁରେ ବିଭିନ୍ନ ସଂପ୍ରଦାୟର ୧୩୦ ପରିବାର ବସବାସ କରୁଛନ୍ତି । କୁଲି ମଜୁରି କରି ସେମାନେ ପରିବାର ଚଳାଉଛନ୍ତି । ଦୀର୍ଘ ୪୦ ଧରି ଧରି କମ୍ପାନି ସେମାନଙ୍କୁ ଅଣଦେଖା କରିଆସୁଛି । ଗାଁର ବହୁ ଲୋକଙ୍କ ୨୦୦ ଏକର ଚାଷ ଜମିକୁ ନାଲ୍କୋ ଅକ୍ତିଆର୍ କରିଛି । ଜମି ଅଧିଗ୍ରହଣ ବେଳେ ନାଲ୍କୋ ସେମାନଙ୍କ ପୂର୍ବ ପୁରୁଷଙ୍କୁ କ’ଣ ପ୍ରତିଶ୍ରୁତି ଦେଇଥିଲା ସେମାନେ ଜାଣି ନାହାନ୍ତି । ଗାଁଠାରୁ ୭ କିମି ଦୂରରେ କମ୍ପାନି ପ୍ରତିÂା ହୋଇଥିଲେ ମଧ୍ୟ ମୌଳିକ ସୁବିଧା ପାଇବାରୁ ସେମାନେ ବଞ୍ଚିତ ହୋଇଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ କୌଣସି ଥଇଥାନ କରାଯାଇନାହିଁ । କମ୍ପାନିର ପାରିପାଶ୍ୱର୍ିକ ଅଞ୍ଚଳରେ ଏହି ଗାଁ ଥାଇବି ଲୋକେ ଦୁର୍ଦ୍ଧଶା ଭୋଗୁଛନ୍ତି । କିଛି ବର୍ଷ ତଳେ ଗାଁ ମୁଣ୍ଡରେ ପୁରୁଣା ରେଡମଡ ପଣ୍ଡ ଖନନ କରାଯାଇଛି । ନାଲ୍କୋ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ବିଷାକ୍ତ କେମିକାଲ୍ ପୋଖରୀରେ ଜମା ହୋଇରହୁଛି । ପୋଖରୀର ତଳିଆ ଅଞ୍ଚଳରେ ଗାଁ ଥିବାରୁ ନଳକୂଅର ପାଣି ବିଷାକ୍ତ ହୋଇଯାଇଛି । ବିକଳ୍ପ ନଥିବାରୁ ବାଧ୍ୟହୋଇ ଗାଁ ଲୋକେ ଝରଣାର ଦୂଷିତ ଜଳରେ ଶୋଷ ମେଣ୍ଟାଉଛନ୍ତି । ନଳକୂଅ ପାଣି ଗାଧୋଇଲେ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି । କାରଖାନାରୁ ବାହାରୁଥିବା ପାଉଡର ପବନରେ ଉଡି ଚାଷ ଜମିକୁ ନଷ୍ଟ କରୁଛି । ତେଣୁ ସେମାନେ ରେଡ୍ମଡ୍ ପଣ୍ଡ ଖନନକୁ ବିରୋଧ କରୁଥିବା କହିଛନ୍ତି । ଯଦି କମ୍ପାନି ପକ୍ଷରୁ ଏଠାରେ ପୋଖରୀ ଖନନ କରାଯାଏ, ତେବେ ଗାଁ ଲୋକଙ୍କୁ ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରାଯାଉ । ସେମାନଙ୍କୁ ଥଇଥାନ ନକରିବା ପର୍ଯ୍ୟନ୍ତ ଏଠାରେ ପୋଖରୀ ଖନନ କରାଯାଇପାରିବ ନାହିଁ ବୋଲି ଗ୍ରାମବାସୀ ଜିଦ୍ ଧରିଛନ୍ତି । ଏ ଦିଗରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ନିରପେକ୍ଷ ତଦନ୍ତ କରି ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ନିବେଦନ କରିଛନ୍ତି । ଯଦି ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ ନକରନ୍ତି, ତେବେ ବାଧ୍ୟ ହୋଇ ସେମାନେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.