ରେଫରାଲ୍ କେନ୍ଦ୍ର ସାଜିଛି ନନ୍ଦପୁର ସିଏଚସି

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ନନ୍ଦପୁର ସଦର ଡାକ୍ତରଖାନା ବିନା ବିଶେଷଜ୍ଞରେ ଚାଲିଛି । ଏଠାରେ ୪ଜଣ ବିଶେଷଜ୍ଞ ଡାକ୍ତରଙ୍କ ବଦଳରେ ଜଣେ ମଧ୍ୟ ନାହାନ୍ତି । ଫଳରେ ବିଭିନ୍ନ ରୋଗ ପାଇଁ ଆସୁଥିବା ଲୋକଙ୍କୁ କୋରାପୁଟ ନହେଲେ ଅନ୍ୟତ୍ର ପଠାଯାଉଛି । ଅନ୍ୟପକ୍ଷେ ଏହା ଏକ ରେଫରାଲ୍ ସେଣ୍ଟର ଭାବେ କାମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଅଞ୍ଚଳବାସୀଙ୍କ କହିବା ପ୍ରକାରେ ନନ୍ଦପୁର ବ୍ଲକର ୨୩ଟି ପଞ୍ଚାୟତ, ଲମତାପୁଟ ବ୍ଲକର ୪ଟି ଓ ସେମିଳିଗୁଡା ବ୍ଲକର ୩ଟି ପଞ୍ଚାୟତର ୮୦ହଜାରରୁ ଅଧିକ ଲୋକ ନନ୍ଦପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ହେଲେ ଏଠାରେ ଦୀର୍ଘଦିନ ହେଲା ଜଣେ ହେଲେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ସରକାରୀ ଭାବେ ଏହି କେନ୍ଦ୍ରରେ ୪ଜଣ ବିଶେଷଜ୍ଞଙ୍କ ମଧ୍ୟରେ ଜଣେ ସ୍ତ୍ରୀ ଓ ପ୍ରସୂତି, ଜଣେ ଅସ୍ତେ୍ରାପଚାର, ଅସ୍ଥିଶଲ୍ୟ ଓ ଶିଶୁ ବିଶେଷଜ୍ଞ ଡାକ୍ତର ରହିବା କଥା । ହେଲେ ଜଣେ ମଧ୍ୟ ଆଜିସୁଦ୍ଧା ନାହାନ୍ତି । ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ୭ଜଣ ଡାକ୍ତର, ଜଣେ ଡେଣ୍ଟିଷ୍ଟ, ଜଣେ ମେଡିକାଲ ଇନଚାର୍ଜ ଅଫିସର, ୨ଜଣ ଷ୍ଟାଫନର୍ସଙ୍କ ମଧ୍ୟରୁ ଜଣେ ଅଛନ୍ତି । ୨ଜଣଙ୍କ ସ୍ଥାନରେ ଜଣେ ଟେକ୍ନିସିଆନ୍, ୧୫ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ଥାନରେ ୧୧ଜଣ, ୪ଜଣ ମହିଳା ସ୍ୱାସ୍ଥ୍ୟପରିଦର୍ଶକଙ୍କ ବଦଳରେ ଜଣେ ଅଛନ୍ତି । ସବୁ କାମ ଏଡଜଷ୍ଟରେ ଚାଲିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା, ରାଜ୍ୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons