କଟକ,(ବି.ବି.ନୁ୍ୟଜ୍): କଟକର ଜବାହର୍ଲାଲ୍ ନେହରୁ ଇନ୍ଡୋର୍ ଷ୍ଟାଡିୟମ୍ରେ ଆୟୋଜିତ ହେଲା ସମ୍ମାନଜନକ ‘ଖେଲୋ ଇଣ୍ଡିଆ’ ପ୍ରଥମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ଉତ୍ସବ । ୧୫୯ ବିଶ୍ୱବିଦ୍ୟାଳୟରୁ ୩୩ଶହରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଭାଗ ନେଲେ । ଓଡ଼ିଶାରୁ ୫ଟି ବିଶ୍ୱବିଦ୍ୟାଳୟ ମଧ୍ୟ ଏଥିରେ ସାମିଲ୍ ଥିଲେ । ଓଡ଼ିଆ କ୍ରୀଡ଼ାବିତ୍ଙ୍କ ସଂଖ୍ୟା ଥିଲା ପ୍ରାୟ ୧୩୦ରୁ ଅଧିକ । କିନ୍ତୁ କଟକର ଐତିହ୍ୟ ବିଶ୍ୱବିଦ୍ୟାଳୟ କୁହାଯାଉଥିବା ରେଭେନ୍ସାର ନାଁ ବି ଶୁଣିବାକୁ ମିଳିଲା ନାହିଁ । ଲଜ୍ଜାଜନକ ଭାବେ ପ୍ରତିନିଧିଶୂନ୍ୟ ରହିଲା ରେଭେନ୍ସା । ୧୭ଟି ଇଭେଣ୍ଟରେ ଖେଳ ହୋଇଥିବା ବେଳେ ରେଭେନ୍ସାର ମାତ୍ର ଜଣେ ଛାତ୍ରୀ ୧୦୦ମିଟର ଦୌଡ଼ରେ ଭାଗ ନେଲେ । କିନ୍ତୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ବାଦ୍ ପଡିଲେ ।
ନିଜ ସହରରେ ଆୟୋଜିତ ଏହି ପ୍ରତିଯୋଗିତାରେ ରେଭେନ୍ସାର ପ୍ରଦର୍ଶନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ହେଉଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ତା’ର ଖେଳକୁଦ ପରିବେଶକୁ ନେଇ କେତେ ଗମ୍ଭୀର? ମହଜୁଦ୍ ଖେଳ ଭିତ୍ତିଭୂମିକୁ ବ୍ୟବହାର କରି କାହିଁକି ଖେଳାଳି ସୃଷ୍ଟି କରିପାରୁନାହିଁ ରେଭେନ୍ସାା ବିଶ୍ୱବିଦ୍ୟାଳୟ? ଯେଉଁଠି ଘରୋଇ ବିଶ୍ୱବିଦ୍ୟାଳୟ ଖେଳକୁଦ ଦୁନିଆରେ ନିଜ କ୍ରୀଡ଼ାବିତ୍ଙ୍କୁ ନେଇ ମାଇଲ୍ଖୁଣ୍ଟ ସ୍ଥାପନ କରୁଛନ୍ତି ସେଠି ରେଭେନ୍ସା କାହିଁକି ପଛରେ ପଡିଛି? କେବଳ ବାର୍ଷିକ କ୍ରୀଡ଼ା ଆୟୋଜନ କରିଦେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହାତ ଝାଡ଼ି ଦେଉଛନ୍ତି କାହିଁକି? ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଶେଷ ହେବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନେଇ ଏବେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।
ସାରା ଦେଶରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି । ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଅର୍ଜନ କରିବାର ଏଭିତରେ ୧୪ବର୍ଷ ବିତିଲାଣି । ବିଶ୍ୱବିଦ୍ୟାଳୟରେ କ୍ରୀଡ଼ାର ଯଥେଷ୍ଟ ଭିତ୍ତିଭୂମି ରହିଛି, ହେଲେ ବିକାଶ ପାଇଁ ଆବଶ୍ୟକୀୟ ପ୍ରଚେଷ୍ଟା ଓ ଇଛାଶକ୍ତିର ଅଭାବ ସ୍ପଷ୍ଟ ହୋଇଛି । ଦୁଇଟି ବିସ୍ତୀର୍ଣ୍ଣ ଖେଳ ପଡିଆ, ଆବଶ୍ୟକୀୟ ୟୁଜିସି ଅନୁଦାନ ଏବଂ ହଜାର ହଜାର ଛାତ୍ରଛାତ୍ରୀଙ୍କ ଉପସ୍ଥିତି ସତ୍ତେ୍ୱ ବି ରେଭେନ୍ସା ଖେଳକୁଦ ଦୁନିଆରେ ଦୁର୍ବଳ । ଯେଉଁଠି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ୪ ବିଶ୍ୱବିଦ୍ୟାଳୟ ଚମ+ାର ପ୍ରଦର୍ଶନ କଲେ ସେଠି ରେଭେନ୍ସା ଆଲୋଚନାରୁ ବହୁ ଦୂରରେ ଥିଲା । ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟ ୯୯ଜଣ ଛାତ୍ରଛାତ୍ରୀ ଭାଗ ନେଇ ୭ଟି ପଦକ ଜିତିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ୩ ଜଣ ଭାରୋତ୍ତଳନରେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତେ ପଦକ ହାସଲ କରି ବିଶ୍ୱବିଦ୍ୟାଳୟର ସୁନାମ ବଢାଇଲେ । ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତାରେ ଭାଗ ନେଇ ରୌପ୍ୟ ଜିତିଲା । ଉ+ଳ ବିଶ୍ୱବିଦ୍ୟାଳୟ ଭଲିବଲ୍ ଟିମ୍ ଯଦିଓ ଲିଗ୍ ପର୍ଯ୍ୟାୟରୁ କଟିଲା ତଥାପି ଦଳଗତ ପ୍ରଦର୍ଶନ ଆଧାରରେ ପ୍ରଶଂସା ଯୋଗାଡ଼ିଲା । କିନ୍ତୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ନା ଶୁଣିବାକୁ ମିଳିଲାନାହିଁ । ବାସନ୍ତୀ ସୋରେନ୍ ନାମକ ଜଣେ ଆଥ୍ଲେଟ୍ ୧୦୦ମିଟର ଦୌଡ଼ରେ ଭାଗ ନେଇଥିଲେ ବି ଫାଇନାଲ୍ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲେନାହିଁ । ତେବେ ଆଥ୍ଲେଟିକ୍ସରେ ଭାଗ ନେବା ପୂର୍ବରୁ ସମ୍ପୃକ୍ତ ଖେଳାଳିଙ୍କୁ କିଛି ସ୍ୱତନ୍ତ୍ର ପ୍ରଶିକ୍ଷଣ ସୁବିଧା ଦିଆଯାଇଥିଲା କି? ଏହାର ଉତ୍ତର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ କିଛି ନାହିଁ । ସେହିପରି ଆଥ୍ଲେଟିକ୍ସ ଛାଡ଼ିଲେ ଅନ୍ୟ ଇଭେଣ୍ଟ ଗୁଡିକରେ ରେଭେନ୍ସାର ପ୍ରତିନିଧିତ୍ୱଶୂନ୍ୟ ଥିଲା । କାରଣ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ରେଭେନ୍ସା ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ ରହିଥିଲା । ଫୁଟବଲ୍, କ୍ରିକେଟ, ଟିଟି, ବ୍ୟାଡମିଣ୍ଟନ, ଭଲିବଲ୍, ବାସ୍କେଟବଲ୍ ଭଳି ୬ଟି ଅନ୍ତଃବିଶ୍ୱଦ୍ୟାଳୟ କ୍ରୀଡ଼ାରେ ଭାଗ ନେଇଥିଲେ ବି କୌଣସି ଥିରେ ଦଳ ଭଲ ପ୍ରଦର୍ଶନ କରିପାରିନଥିଲା । କ୍ରିକେଟ ଛାଡ଼ି ଅନ୍ୟ ୫ଟି ଇଭେଣ୍ଟ ଖେଲୋ ଇଣ୍ଡିଆରେ ଅନ୍ତର୍ଭକ୍ତ ଥିଲେ ବି ଯୋଗ୍ୟତା ଅର୍ଜନ କରିପାରିନଥିବାରୁ ପ୍ରତିଯୋଗିତାରୁ ଦୂରରେ ରହିଲା ରେଭେନ୍ସା । ସେହିପରି ଯେଉଁ ଜଣେ ଛାତ୍ରୀ ଆଥ୍ଲେଟିକ୍ସରେ ଭାଗ ନେଇଥିଲେ ସେ ମଧ୍ୟ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ାରୁ ଚୟନ ହୋଇନାହାନ୍ତି । ବରଂ ଖେଲୋ ଇଣ୍ଡିଆ ପୂର୍ବରୁ ଆକଳନ ଅନୁଯାୟୀ ରେଭେନ୍ସାର ପ୍ରତିନିଧିତ୍ୱ ଶୂନ ହେଉଥିବାରୁ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡ଼ାର ଶ୍ରେÂ କ୍ରୀଡ଼ାବିତ୍ଙ୍କୁ ସୁଯୋଗ ଦିଆଯାଇଥିଲା । ତେଣୁ ଏଭଳି ସ୍ଥିତିରେ ଖେଲୋ ଇଣ୍ଡିଆ ଭଳି ସର୍ବଭାରତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱଶୂନ୍ୟ ରହିଲା ରେଭେନ୍ସା । ତେବେ ରେଭେନ୍ସାର ପଡ଼ିଆ, ଏହାର ଖେଳ ଭିତ୍ତିଭୂମି ଓ କ୍ରୀଡ଼ା ଅଧିକାରୀ କେଉଁ କାମକୁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।
Comments are closed, but trackbacks and pingbacks are open.