ରେଳ ୱାଗନରୁ କୋଇଲା ଚୋରି:ଯୁବକ ଗୁରୁତର

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ବେଲପାହାଡ଼ ଗୁମାଡେରା ନୂଆପଡ଼ା ନିକଟରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍ରୁ ଜଣେ ଯୁବକ କୋଇଲା ଚୋରି କରୁଥିବା ସମୟରେ ଅଘଟଣ ଘଟିଛି । ଯୁବକ ଜଣକ ରେଳ ଲାଇନ୍ ଉପର ଦେଇ ଯାଇଥିବା ଉଚ୍ଚକ୍ଷମତା ସମ୍ପନ୍ନ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ନୂଆପଡ଼ାର ମେହମୁଦ ଆଲମ (୪୦) ବୋଲି ଜଣାପଡ଼ିଛି ।
ପ୍ରକାଶ ଥାଉ ହାୱଡ଼ା-ମୁମ୍ୱାଇ ରେଳପଥରେ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଏକ କୋଇଲା ବୋଝେଇ ଟ୍ରେନ୍ ଲଜକୁରାରୁ ବାହାରି ଛତିଶଗଡ଼ ପଟକୁ ଯାଉଥିଲା । ଲାଇନ୍ କ୍ଲିୟର୍ ନଥିବାରୁ ନୂଆପଡ଼ାରେ କିଛି ସମୟ ପାଇଁ ଟ୍ରେନ୍ ସିଗ୍ନାଲ୍ ପାଖରେ ଅଟକି ଯାଇଥିଲା । ଏହି ସମୟରେ ମେହମୁଦ ଆଲମ ରେଳ ୱାଗନ୍ ଉପରକୁ ଚଢ଼ି କୋଇଲା ଖଣ୍ଡ ତଳକୁ ପକାଇବାକୁ ଲାଗିଥିଲା । ହେଲେ ମୁଣ୍ଡରେ ରେଳବାଇର ଉଚ୍ଚଶକ୍ତି ସମ୍ପନ୍ନ ବିଦୁ୍ୟତ୍ ତାର ଲାଗିଯିବାରୁ ମେହମୁଦ ଜଳିଯାଇ ରେଳ ୱାଗନ୍ ଉପରେ ପଡ଼ିଯାଇଥିଲା । ଏହି ସମୟରେ ଟ୍ରେନଟି ଛାଡ଼ିଦେଇଥିବାରୁ ଲୋକେ ଟ୍ରେନଟିକୁ ଗୁମାଡେରା ଜେ-ଟାଇପ୍ ରେଳଫାଟକ ନିକଟରେ ଅଟକାଇଥିଲେ । ମେହମୁଦର ଦେହରୁ ଧୂଅାଁ ବାହାରୁଥିବା ଅବସ୍ଥାରେ ତାକୁ ଟ୍ରେନରୁ ଉଦ୍ଧାର କରି ପ୍ରଥମେ ଟିଆର୍ଏଲ୍ ହସ୍ପିଟାଲ ଓ ପରେ ରାଉରକେଲା ଆଇଜିଏଚ୍କୁ ପଠାଇ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons