ରୋଗୀ ସେବାକୁ ପ୍ରାଥମିକତା

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ଏସ୍ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲର ନୂତନ ଅଧୀକ୍ଷକ(ସୁପରିଣ୍ଟେଣ୍ଡେଣ୍ଟ୍) ଭାବେ ପ୍ରଫେସର ଅନ୍ନଦା ପ୍ରସାଦ ପଟ୍ଟନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଧୀକ୍ଷକ ପ୍ରଫେସର ସରୋଜକାନ୍ତ ସାହୁ ଆଜି ଅବସର ଗ୍ରହଣ କରିବା ପରେ ପ୍ରଫେସର ପଟ୍ଟନାୟକ ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ଅବସରରେ ଡାକ୍ତରଖାନାର ବିଭିନ୍ନ ବିଭାଗୀୟ ମୁଖ୍ୟ, ଡାକ୍ତରଖାନା ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ହସ୍ପିଟାଲ ମ୍ୟାନେଜର, କର୍ମଚାରୀ ସଂଘ ନେତାଙ୍କ ସମେତ ବରିÂ କର୍ମଚାରୀମାନେ ଉପସ୍ଥିତ ରହି ନବ ନିଯୁକ୍ତ ଅଧୀକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଡାକ୍ତର ଓ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନଙ୍କ ସହ ସମନ୍ୱୟ ରକ୍ଷା କରିବା ରୋଗୀ ସେବା ଓ ପ୍ରଶାସନିକ ବ୍ୟବସ୍ଥାକୁ କାର୍ଯ୍ୟକାଳ ମଧ୍ୟରେ ପ୍ରାଧାନ୍ୟ ଦେବେ ବୋଲି ପ୍ରଫେସର ପଟ୍ଟନାୟକ ଦାୟିତ୍ୱ ନେବା ଅବସରରେ କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ମୋ ସରକାର ଓ ୫ଟି ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏସ୍ସିବି ନବେକଳେବର ଯୋଜନାକୁ ମଧ୍ୟ କ୍ରିୟାଶୀଳ କରିବା ଦିଗରେ ପ୍ରଥାମିକତା ଦିଆଯିବ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି । ଅନ୍ୟପକ୍ଷରେ ଆଜି ଚାକିରିରୁ ଅବସର ନେଇଥିବା ପ୍ରଫେସର ଡାକ୍ତର ସାହୁଙ୍କୁ ମଧ୍ୟ ଡାକ୍ତରଖାନା ପକ୍ଷରୁ କର୍ମଚାରୀମାନେ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।
ସୂଚନାଯୋଗ୍ୟ, ପ୍ରଫେସର ଡାକ୍ତର ସାହୁ ଗତ ନଭେମ୍ବର ୫ରେ ଏସ୍ସିବି ଅଧୀକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons