ଲକଡାଉନ୍‌ ବଢାଇବା ପ୍ରସଙ୍ଗରେ ଚିନ୍ତାରେ ସରକାର : କଟକଣା କୋହଳ ନକରିବାକୁ କିଛି ରାଜ୍ୟ ଓ ବିଶେଷଜ୍ଞ କରିଛନ୍ତି ଅନୁରୋଧ

Get real time updates directly on you device, subscribe now.

ଭୁବନେଶ୍ବର: ଏପ୍ରିଲ ୧୪ ପରେ ଆହୁରି ବଢିବ କି ଲକ୍‌ ଡାଉନ ? ସରକାର କ’ଣ ନିଷ୍ପତ୍ତି କରିଛନ୍ତି ? ଆଉ କେତେ ଦିନ ଏମିତି କରୋନା ଭୟରେ ଚୁପ୍‌ଚାପ୍‌ ଗରେ ବସିବାକୁ ହେବ ? ଏହି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଏପଟେ ମନ୍ତ୍ରୀ ସ୍ତରୀୟ ବୈଠକରେ ଲକ୍‌ଡାଉନ ପରବର୍ତ୍ତୀ ସମ୍ଭାବ୍ୟ ସ୍ଥିତି ଏବଂ ଅବସ୍ଥା ନେଇ ଆଲୋଚନା କରିଛନ୍ତି । ସେପଟେ ଏକାଧିକ ରାଜ୍ୟ ଲକ୍‌ଡାଉନ ଅବଧି ବୃଦ୍ଧି ଲାଗି କେନ୍ଦ୍ର ସରକାରଙ୍କ ପାଖରେ ଯୁକ୍ତି ରଖିଲେଣି । ବିଶେଷଜ୍ଞ ମାନେ ମଧ୍ୟ ଲକ୍‌ଡାଉନବୃଦ୍ଧି ଲାଗି ସରକାରହ୍କୁ ଅନୁରୋଧ କରିଛନ୍ତି । ଏକ ପ୍ରମୂଖ ଗଣ ମାଧ୍ୟମର ଖବର ଅନୁଯାୟୀ କେନ୍ଦ୍ର ସରକାର ଲକଡାଉନ ଅବଧି ବୃଦ୍ଧି ପ୍ରସଙ୍ଗରେ ଗମ୍ଭୀର ଭାବେ ଚିନ୍ତା କରୁଛନ୍ତି ।
ସାରା ଦେଶରେ ଭୟବହ କରୋନା ବା କୋଭିଡ-୧୯ ଭାଇରସ ପାଇଁ ଅଚଳ ଅବସ୍ଥା । ମାର୍ଚ୍ଚ ୨୫ ତାରିଖରୁ ୨୧ ଦିନିଆ ଲକ୍‌ ଡାଉନ ଜାରି । ସଂକ୍ରମଣ ରୋକିବାକୁ କୌଣସି ଅପ୍ସନ ଛାଡୁନାହାନ୍ତି କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର। ତଥାପି କୋଭିଡ୍‌ ୧୯ ଭାଇରସ୍‌କୁ ଲାଗୁନି ଚେକ୍‌ । ମଙ୍ଗଳବାର ସଂଧ୍ୟା ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୮୯ ହୋଇଥିବା ବେଳେ , ମୃତ୍ୟୁ ସଂଖ୍ୟା ୧୨୪ ହେଲାଣି । ଏହି ପରିପ୍ରେକ୍ଷୀରେ ଲକ୍‌ଡାଉନ ଅବଧି ବୃଦ୍ଧି ସପକ୍ଷରେ ଅନେକ ରାଜ୍ୟ ଏବଂ ବିଶେଷଜ୍ଞ ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସୋମବାର ଲକ୍‌ଡାଉନ ବୃଦ୍ଧି ଲାଗି ପ୍ରସ୍ତାବ ଦେଇଥିଲେ। ସେହିପରି ରାଜସ୍ଥାନ, ଦିଲ୍ଲୀ ଏବଂ ଆସାମ ସରକାର ମଧ୍ୟ ଅନୁରୂପ ପ୍ରସ୍ତାବମାନ ଦେଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ ଯେ କରୋନା ମୁକାବିଲା ପାଇଁ ଲୋକେ ଲମ୍ବା ସମୟ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଏପରିକି ସୋମବାର କ୍ୟାବିନେଟ ବୈଠକରେ ସେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଲକ୍ ଡାଉନ୍ ନେଇ ଗ୍ରେଡେଡ୍ ପ୍ଲାନ୍ ସଂପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ଯେ ଲକ୍ ଡାଉନ୍ ବଢ଼ାଇବା ନେଇ ଜାତୀୟ ହିତରେ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ।
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ନୀତିରେ କିଛି ପରିବର୍ତ୍ତନ ଆଣିଛନ୍ତି। ବିଶେଷ କରି ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ କରୋନା ରୋଦୀ ଚିହ୍ନଟ ହେଉଛନ୍ତି ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହିତ ସେଠାରେ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରାଯାଉଛି। ତଥାପିଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ଥିବା ବେଳେ ଦ୍ବିତୀୟ ତାମିଲନାଡୁ ଏବଂ ତୃତୀୟରେ ଦିଲ୍ଲୀ ରହିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons