କଟକ,(ବି.ବି.ବୁ୍ୟରୋ): ଲକ୍ଡାଉନ୍ର ଉଦେ୍ଧଶ୍ୟ ଘରେ ସୁରକ୍ଷିତ ରହିବା । ତେବେ କେବଳ କରୋନାଠାରୁ ନୁହେଁ, ମହିଳାଙ୍କୁ ଘରେ ସୁରକ୍ଷିତ ରଖିବାକୁ ହେଲେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ସାନିଟାରୀ ପ୍ୟାଡ୍ ବି ପହଞ୍ଚôବା ଦରକାର । କିଛି ଦିନ ତଳେ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଏହା କହିଥିଲେ ଭାରତର ‘ପ୍ୟାଡ୍ ମ୍ୟାନ୍’ ବୋଲାଉଥିବା ପଦ୍ମଶ୍ରୀ ଅରୁଣାଞ୍ଚଲମ୍ ମୁରୁଗାନାଥମ୍ । ଉଦ୍ବେଗ ପ୍ରକାଶ କରି ସେ କହିଥିଲେ ଲକ୍ଡାଉନ୍ ସମୟରେ ସାନିଟାରୀ ପ୍ୟାଡ୍ ମହିଳାଙ୍କ ପାଖରେ ପହଞ୍ଚାଇବାକୁ ହେଲେ କଞ୍ଚାମାଲ, ଉପôାଦନ ଏବଂ ବିତରଣ କ୍ଷେତ୍ରରେ ଥିବା କଟକଣାକୁ କୋହଳ କରାଯିବା ଦରକାର ।
ସେହି ଆହ୍ୱାନକୁ ସଫଳ ଭାବେ କାର୍ଯ୍ୟକାରୀ କରି ଦେଖାଇଛନ୍ତି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ର ଦମ୍ପତି ଅଶୋକ କୁମାର ସାହୁ ଏବଂ କଳ୍ପନା ସାହୁ । ଲକ୍ଡାଉନ୍ ସମୟରେ ଗାଁ ଗଣ୍ଡାରେ ସାନିଟାରୀ ପ୍ୟାଡ୍ର ଅଭାବକୁ ଦୃଷ୍ଟିରେ ରଖି ଏହି ଦମ୍ପତି ଆଗକୁ ଆସି ୧୦ ହଜାର ପ୍ୟାଡ୍ ପ୍ରସ୍ତୁତ କରି ମାଗଣାରେ ବାଣ୍ଟିବାକୁ ଯୋଜନା କରିଛନ୍ତି । ଲକ୍ଡାଉନ୍ ସମୟରେ ଘରେ ବସି ଅନ୍ୟ କିଛି ମହିଳାଙ୍କ ସହଯୋଗରେ ସେମାନେ ଏତେ ସଂଖ୍ୟକ ପ୍ୟାଡ୍ ତିଆରି କରିଛନ୍ତି । ଏବେ ବଣ୍ଟନ ପାଇଁ ଏହି ଦମ୍ପତି କଟକ ଜିଲ୍ଲାପାଳଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି । ଅନୁମତି ମିଳିଲେ ବିଭିନ୍ନ ଗାଁ ବୁଲି ସେମାନେ ମହିଳାଙ୍କୁ ମାଗଣା ସାନିଟାରୀ ପ୍ୟାଡ୍ ବାଣ୍ଟିବେ ବୋଲି କହିଛନ୍ତି । ଏହି ଦମ୍ପତି କେନ୍ଦ୍ର ସରକାରଙ୍କ ଯୋଜନାରେ ‘ସ୍ତ୍ରୀ ଓ ସ୍ୱାଭିମାନ’ ପ୍ରକଳ୍ପରେ ସାମିଲ୍ ହୋଇଛନ୍ତି । ସରକାରଙ୍କ ସହ ଭାଗିଦାରୀରେ ରହି ସ୍ୱୟଂ ସହାୟକ ଗ୍ରୁପ୍ ମାଧ୍ୟମରେ ସାନିଟାରୀ ପ୍ୟାଡ୍ ପ୍ରସ୍ତୁତ କରିଥାନ୍ତି । ପରେ ପ୍ରାଶାସନିକ ସହଯୋଗରେ ଏଗୁଡ଼ିକୁ ବିଭିନ୍ନ ସ୍କୁଲ୍କୁ ପଠାଇ ଆସୁଛନ୍ତି । କିନ୍ତୁ ଲକ୍ଡାଉନ୍ ସମୟରେ ଏବେ ସ୍କୁଲ୍ ବନ୍ଦ ରହିଛି । ତେଣୁ ଉପôାଦନ ବନ୍ଦ ନକରି ନିଜ ଉଦ୍ୟମରେ ସାମାଜିକ ଦାୟିତ୍ୱ ନିର୍ବାହ କରିବାକୁ ଆଗେଇ ଆସିଛନ୍ତି ।
ଅଶୋକଙ୍କ କହିବା କଥା, ଏବେ ଲକ୍ଡାଉନ୍ ସମୟରେ ସାନିଟାରୀ ପ୍ୟାଡ୍ର ଅଭାବ ଦେଖିବାକୁ ମିଳିଛି । ସହରରେ ମହିଳାମାନେ ସହଜରେ ପାଇଯାଉଥିବା ବେଳେ ଗାଁରେ ଲୋକେ ହଇରାଣ ହେଉଛନ୍ତି । ଦୋକାନ ବଜାର ବନ୍ଦ ରହିବା ଏବଂ ଆର୍ଥିକ ସଙ୍କଟ ଯୋଗୁଁ ଅଧିକାଂଶ ମହିଳା ଅସୁରକ୍ଷିତ ସାମଗ୍ରୀ ବ୍ୟବହାର କରୁଛନ୍ତି । ତେଣୁ ଲକ୍ଡାଉନ୍ ସମୟରେ ଆମେ ଗାଁ ଗାଁ ବୁଲି ମାଗଣା ପ୍ୟାଡ୍ ବାଣ୍ଟିବାକୁ ସ୍ଥିର କରିଛୁ । ସେହିପରି କଳ୍ପନା କହିଛନ୍ତି, ଗୋଟିଏ ପ୍ୟାଡ୍ ପିଛା ୩ରୁ ୪ ଟଙ୍କା ଖର୍ଚ୍ଚ ହେଉଛି । ଏନେଇ ଆବଶ୍ୟକୀୟ କଞ୍ଚାମାଲ୍ ମଧ୍ୟ ମହଜୁଦ୍ ରହିଛି । ତେଣୁ ଆମେ ହାତରୁ ଖର୍ଚ୍ଚ କରି ପ୍ରାୟ ୧୦ ହଜାର ପ୍ୟାଡ୍ ପ୍ରସ୍ତୁତ କରି ରଖିଛୁ । ବଜାରରେ ବିକ୍ରି ହେଉଥିବା ବିଭିନ୍ନ କମ୍ପାନୀ ପ୍ୟାଡ୍ ତୁଳନାରେ ମଧ୍ୟ ଏହା ଭଲ । ଏଥିରେ ଜେଲ୍ ସିଟ୍ ବ୍ୟବହାର କରାଯାଉଛି । ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ । ଗୋଟିଏ ପ୍ୟାକେଟ୍ରେ ୮ ପିସ୍ ରହୁଛି । ତେଣୁ ଯଦି ପ୍ରଶାସନ ତରଫରୁ ଅନୁମତି ମିଳେ, ଆମେ ବିଭିନ୍ନ ବସ୍ତି ଏବଂ ତଳିଆ ଅଞ୍ଚଳ ଯାଇ ବାଣ୍ଟିବୁ ।
Comments are closed, but trackbacks and pingbacks are open.