ଲକ୍ଡାଉନ୍ରେ ଦୋକାନ ବଜାର ବନ୍ଦ, ଅମାନିଆ ବୁଲିଲେ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାର ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଗତକାଲି ରାତି ୯ଟା ଠାରୁ ୩୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତିି । ଲକ୍ଡାଉନ୍ର ଆଜି ଥିଲା ପ୍ରଥମ ଦିନ । ସହରର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅମାନିଆ ରାସ୍ତାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି ।
ଆଜି ସକାଳୁ ରାଉରକେଲା ଇସ୍ପାତ କାରଖାନା (ଆରଏସ୍ପି) କର୍ମଚାରୀ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବାରୁ ସେଠାରେ କାମ କରୁଥିବା କର୍ମଚାରୀମାନେ ଡୁ୍ୟଟି ଯାଉଥିବା ଦେଖିବାକୁ ମିଳିଥିଲା । ଦିନ ୧୦ଟା ପରେ ରିଂରୋଡର ଟ୍ରାଫିକ ଟାୱାର ଛକ ଓ ସହରର ବିଭିନ୍ନ ଛକମାନଙ୍କରେ ପୁଲିସ୍ ଜଗି ରହିଥିଲା । ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ପୁଲିସ୍ ଅଟକାଉ ଥିଲେ ବି ସେମାନେ ବିଭିନ୍ନ ଆଳ ଦେଖାଉଥିଲେ । କିଏ ମୋବାଇଲ ମରାମତି ପାଇଁ ଯାଇଥିଲେ ବୋଲି କହୁଥିବା ବେଳେ ଆଉ କିଏ ଗାଡ଼ିରେ ପେଟ୍ରୋଲ ଭର୍ତ୍ତି କରିବାକୁ ଯାଇଥିଲେ ବୋଲି ସଫେଇ ଦେଇଥିଲେ । ଏହି ଅମାନିଆମାନଙ୍କ ନାମ, ଠିକଣା ଓ ଗାଡ଼ି ନମ୍ବର ଡାଏରୀରେ ଲେଖି ଚେତାବନୀ ଦେଇ ଛାଡ଼ି ଦେଇଥିଲା ପୁଲିସ୍ । ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିବା ବେଳେ ବାକି ସବୁ ଦୋକାନ ବନ୍ଦ ରହିଥିଲା । ସଂଧ୍ୟା ସମୟରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି । ରାଉରକେଲା ବାହାରୁ ଆସୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି । ସହରରେ ମୋଟ ୮ ପ୍ଲାଟୁନ୍ ପୁଲିସ୍ ବାହିନୀ ମୁତୟନ କରାଯାଇଥିବା ବେଳେ ପିସିଆର ଭ୍ୟାନ୍ ସହରର ଗଳିକନ୍ଦି ପାଟ୍ରୋଲିଂ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons