ବୀରମହାରାଜପୁର,(ବି.ବି.ନୁ୍ୟଜ୍): ନା ସଜା ହୋଇଥିଲେ ବରକନ୍ୟା, ନା ଥିଲେ ବରଯାତ୍ରୀ, ନା ଫୁଟିଥିଲା ବାଣ ଆଉ ନା ରହିଥିଲେ ବନ୍ଧୁବାନ୍ଧବ । ବାଜାଗାଜା ରୋଷଣୀଠାରୁ ବହୁ ଦୂରରେ ଅତି ନିରାଡମ୍ବର ତଥା ଶାନ୍ତିପୂର୍ଣ୍ଣ ବାତାବରଣରେ ପରସ୍ପରର ହାତ ଧରିରେ ବରକନ୍ୟା । ସମଗ୍ର ଦେଶରେ ଲକ୍ଡାଉନ୍ ଜାରି ରହିଥିବାବେଳେ ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ପରିସରରେ । ତେବେ ଏହି ବିବାହ କେଉଁ ସାଧାରଣ ଲୋକଙ୍କ ନଥିଲା । ବିବାହ ବେଦୀରେ ବସିଥିଲେ ଜଣେ କରୋନା ଯୋଦ୍ଧା, ଅର୍ଥାତ୍ ଖୋଦ୍ ଜଣେ ପୁଲିସ ଅଧିକାରୀ । ଲକ୍ଡାଉନ୍କୁ ସମ୍ମାନ ଜଣାଇବାକୁ ଯାଇ କରୋନା ଯୋଦ୍ଧାଙ୍କ ଏଭଳି ବିବାହ ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସାଉଁଟିଛି ।
କୋରନା ମହାମାରୀ ଯୋଗୁଁ ସାରାଦେଶ ଲକ୍ଡାଉନ, ସାମାଜିକ ଦୂରତା ପାଇଁ ଦେଶରେ କଡା ନିଦେ୍ର୍ଧଶ ଥିବା ଯୋଗୁଁ ବାହାଘର ପାଇଁ ଯାଇପାରିଲେ ନାହିଁ ସୋନପୁର ଜିଲ୍ଲା ସୁବଳୟା ଥାନାରେ କାର୍ଯ୍ୟରତ ଏସ୍ଆଇ ଦୀପ୍ତି ରଂଜନ ଦିଗାଳ । କନ୍ଧମାଳ ଜିଲ୍ଲା କେନ୍ଦୁପଦର ଗାଁର ଜୋସ୍ନାରାଣୀଙ୍କ ସହ ତାଙ୍କ ବିବାହ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ବିବାହ ତାରିଖ ଆସିଲା, କିନ୍ତୁ ଲକ୍ଡାଉନ ଜାରି ରହିଥିବା ସହ ନିଜ କର୍ତ୍ତବ୍ୟ ପାଇଁ ସେ ଗାଁକୁ ଫେରିପାରି ନଥିଲେ । ଏହାପରେ ସେ କନ୍ୟା ଘର ପକ୍ଷକୁ ଖବର ଦେଇଥିଲେ । ଖବରପାଇ ଝିଅଙ୍କ ପରିବାର ପକ୍ଷରୁ ଝିଅକୁ ନେଇ ସୁବଳୟା ଥାନାକୁ ଆସିଥିଲେ । ଝିଅ ସୁବଳୟା ଥାନାକୁ ଆସିବା ପରେ ଉପଖଣ୍ଡ ପୁଲିସ ଅଧିକାରୀ ଏବଂ ସୁବଳୟା ଥାନା ଭାରାପ୍ରାପ୍ତ ଅଧିକାରୀ ପ୍ରଦୀପ ବିଶ୍ୱାଳଙ୍କ ଉପସ୍ଥିତିରେ ଥାନା ଭିତରେ ନିରାଡମ୍ବର ଭାବେ ବାହାଘର ସମ୍ପନ୍ନ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଏସ୍ଆଇ ଦୀପ୍ତିରଂଜନଙ୍କ କର୍ତ୍ତବ୍ୟନିÂାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
Comments are closed, but trackbacks and pingbacks are open.