ଫୁଲବାଣୀ,(ବି.ବି.ନୁ୍ୟଜ୍): ଲକ୍ଡାଉନ୍ ଯୋଗୁଁ ଭଉଣୀ ମୃତଦେହକୁ ମଶାଣି ପର୍ଯ୍ୟନ୍ତ ଏକୁଟିଆ ନେଇପାରିଲେନି ଭାଇ । ଶେଷରେ ସ୍ୱାଚ୍ଛାସେବୀ ସଂଗଠନ ସହାୟତାରେ ସମ୍ପୂର୍ଣ୍ଣ ରୀତିନୀତିରେ କଲେ ଶବ ସକôାର । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଟିକାବାଲି ବଜାର ସାହିରେ ଘଟିଯାଇଛି ଏପରି ଏକ ଅଭାବନୀୟ ଘଟଣା । ବଜାର ସାହିର ଜଣେ ଯୁବତୀ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରି ଗତ ମଙ୍ଗଳବାର ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତୁ୍ୟ ହୋଇଥିଲା । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ କରି ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ଭାଇଙ୍କୁ ହସ୍ତାନ୍ତର କରିଥିଲେ । ହେଲେ ଲକ୍ଡାଉନ୍ ସମୟରେ ମୃତଦେହକୁ ଫୁଲବାଣୀ ଠାରୁ ପ୍ରାୟ ୩୫ କିଲୋମିଟର ଦୂର ଟିକାବାଲିକୁ ନେଇ ଶବ ସକôାର କରିବା ପାଇଁ ତାଙ୍କ ଭାଇ ଅସାମଥ୍ୟ ପ୍ରକାଶ କରିଥିଲେ । ଏକୁଟିଆ ଥିବାରୁ କିଭଳି ଭଉଣୀର ଶବକୁ ମଶାଣି ପର୍ଯ୍ୟନ୍ତ ନେବେ, ସେଥିପାଇଁ ଚିନ୍ତାରେ ପଡିଯାଇଥିଲେ । ଶେଷରେ ଖବର ପାଇ ଫୁଲବାଣୀର ଯୁବ ସଂଗଠନ ଟିମ୍ ହୁ୍ୟମାନିଟିର ସଙ୍ଗଠନର ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ । ଏହାପରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ମୃତଦେହକୁ ଶବ ଦାହ କରାଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଟିମ୍ ହୁ୍ୟମାନିଟିର ସଙ୍ଗଠନର ସଦସ୍ୟଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
Comments are closed, but trackbacks and pingbacks are open.