ଲକ୍ଡାଉନ୍ ସମୟରେ କଟକଣା କୋହଳ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଲକ୍ଡାଉନ୍ ସମୟରେ ସରକାରଙ୍କ ଗାଇଡ଼୍ ଲାଇନକୁ କୋହନ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ । ଜିଲ୍ଲାରେ ସକାଳ ୭ଟାରୁ ୧୧ଟା ଯାଏ ଦୋକାନ ବଜାର ଖୋଲିବା ପାଇଁ ସମୟ ନିର୍ଦ୍ଧାଧାରଣ କରାଯାଇଥିଲା । ତେବେ ଜିଲ୍ଲାପାଳଙ୍କ ନୂଆ ନିଦେ୍ର୍ଧଶ ଅନୁଯାୟୀ ଗୁରୁବାରଠାରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବାକୁ ନିଦେ୍ର୍ଧଶ ଦିଆଯାଇଛି । ତେବେ ଏହି ସମୟରେ ମଲ୍, ଶିକ୍ଷାନୁÂାନ, ଜିମ୍, ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନି । ସେହିଭଳି ହୋଟେଲ ଓ ଜଳଖିଆ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସେଠାରେ ବସି ଖାଇବାକୁ ବାରଣ କରାଯାଇଛି । କୌଣସି ଦୋକାନରେ ୫ରୁ ଅଧିକ ବ୍ୟକ୍ତି ଏକାଠି ନ ହେବାକୁ ନିଦେ୍ର୍ଧଶ ରହିଛି । ସମସ୍ତଙ୍କ ପାଇଁ ମାସ୍କ ବ୍ୟବହରା ସହିତ ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons