ଲକ୍ଡାଉନ୍ : ୧୨ଟା ପରେ ଦୋକାନ ବଜାର ବନ୍ଦ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲାରେ ଆସନ୍ତା କାଲି ଠାରୁ ଲକ୍ଡାଉନକୁ ପରିଚାଳନା ପାଇଁ ପୁଲିସ୍ ପ୍ରସ୍ତୁତ ହୋଇଯାଇଛି । ବିଶେଷ କରି ନବରଙ୍ଗପୁର ସହର ସମେତ ନବରଙ୍ଗପୁର ଥାନା ଅଂଚଳରେ ଲକ୍ଡାଉନକୁ ସଠିକ୍ ଭାବେ ପରିଚାଳନା ପାଇଁ ପୁଲିସ୍ କର୍ମଚାରୀଙ୍କୁ ବ୍ୟବହାରିକ ଜ୍ଞାନ ଉପରେ ପାଠ ପଢା ଯାଇଛି । ଅଯଥା ଜନତାଙ୍କୁ ହରରାଣ ନ କରିବା ସହିତ ସର୍ବଦା ଜନସାଧାରଣଙ୍କୁ ଉତମ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିବା ନବରଙ୍ଗପୁର ଥାନା ଅଧିକାରୀ ତାରେକ ଅହମ୍ମଦ କହିଛନ୍ତି । ନବରଙ୍ଗପୁର ସହର ସମେତ ଥାନା ଅଂଚଳ ପାଇଁ ୨ ପ୍ଲାଟୁନ୍ ଫର୍ସ ମୁତୟନ କରାଯିବ । ସେଭଳି ୧୨ଜଣ ହୋମ୍ ଗାର୍ଡ ଓ ୧୫ଜଣ ପୁଲିସ୍ ଅଧିକାରୀଙ୍କୁ ନିୟଜିତ କରାଯାଇଥିବା କହିଛନ୍ତି । ସେଭଳ ିଜିଲ୍ଲା ପ୍ରାଶାସନ ପକ୍ଷରୁ ଲକ୍ଡାଉନ୍କୁ କଡାକଡି ଭାବେ ପାଳନ କରିବାକୁ ମାଇକିଂ କରି ଜନସାଧାରଣଙ୍କୁ ସଚେତନ କରାଯାଇଛି । ସକାଳ ୬ଟାରୁ ୧୨ ପର୍ଯ୍ୟନ୍ତ ସଉଦା ଓ କ୍ଷୀର, ପନିପରିବା ଦୋକାନ ବଜାର ଖୋଲା ରହିବ । କିନ୍ତୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ଏହା ବ୍ୟତିତ ସ୍ୱାସ୍ଥ୍ୟ ସମେତ ଅନ୍ୟନ୍ୟ ଜରୁରୀ କାଳୀନ ସେବା ଉପରେ କୌଣସି ରୋକ୍ ଲାଗିନଥିବା ବେଳେ ଯାତାୟାତକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଯାତ୍ରୀବାହୀ ବସ୍ ସମେତ ଟାକ୍ସି ଇତ୍ୟାଦି ବନ୍ଦ ରହିବ । କିନ୍ତୁ ଜରୁରୀକାଳନୀ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁମତି ମିଳିପାରିବ । ଆସନ୍ତା କାଲି ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ବଳବତର ରହିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons