ପାଟଣା: ପିଆଶାଳ ପଟା ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର ପଟା ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ବନ ବିଭାଗ। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ୍ ଅଧିନ ନିଶ୍ଚିନ୍ତପୁର ନିକଟରୁ ଜବତ ହୋଇଛି। ଜବତ କାଠ ପଟାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଚଢେଇଭୋଳରୁ ଏହି ପିକଅପ୍ ଭ୍ୟାନଟି ସାହାରପଡା ଅଭିମୁଖେ ଯାଉଥିଲା। ଏହି ଘଟଣା ସଂପର୍କରେ ସାହାରପଡା ବନପାଳ ଖବର ପାଇବା ପରେ ଅନ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ନିଶ୍ଚିନ୍ତପୁର ନିକଟରୁ ଗାଡିକୁ ଚୋରା ପଟା ଜବତ କରିଥିଲା। ପରେ କାଠ ବୋଝେଇ ପିକଅପ୍ ଭ୍ୟାନ୍କୁ ରେଞ୍ଜ କାର୍ୟ୍ୟାଳୟକୁ ନିଆଯାଇଥିଲା।
ପିକଭିନରୁ ୪୦ ଖଣ୍ଡ ପିଆଶାଳ ପଟା ଜବତ କରିଛି ବନ ବିଭାଗ। ସୂଚନାଥାଉକି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ, ସାହାରପଡା ବନପାଳ ସୁନୀତା ବାଘେଲ, ଉଦୟପୁର ଫରେଷ୍ଟ ଗାର୍ଡ କୁନ୍ତଳା ମହାନ୍ତ, ରାଇଡିହା ଫରେଷ୍ଟଗାର୍ଡ ନିରୂପମା ମହାକୁଡ଼ ଏବଂ ପାରା ଷ୍ଟାଫଙ୍କ ମିଳିତ ଉଦ୍ୟମରେ ଚଢ଼ଉ କରାଯାଇଥିଲା।


Comments are closed, but trackbacks and pingbacks are open.