ଲକ୍ଷ୍ମଣାନନ୍ଦଙ୍କ ତିରୋଧାନ ଦିବସ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): ହିନ୍ଦୁ ଧର୍ମଗୁରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତିରୋଧାନ ଦିବସ ମଙ୍ଗଳବାର ଅନୁÂିତ ହେବ । ୨୦୦୮ ମସିହା ଜନ୍ମାଷ୍ଟମୀ ଦିନ କିଛି ଦୁର୍ବୃତ୍ତ ତୁମୁଡିବନ୍ଧ ଜଳେଶପଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ଚାଲିଥିବା ବେଳେ ସ୍ୱାମୀଜୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ କନ୍ଧମାଳ ସମେତ ସାରା ଓଡ଼ିଶାରେ ଉତ୍ତେଜନା ପ୍ରକାଶ ପାଇବା ସହ ବ୍ୟାପକ ଜଳାପୋଡ଼ା ହୋଇଥିଲା । ପରେ ଶାନ୍ତି କମିଟି ଗଠନ କରାଯାଇ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ସେହିଦିନ ଠାରୁ ପ୍ରତିବର୍ଷ ଜନ୍ମାଷ୍ଟମୀରେ ସ୍ୱାମୀଜୀଙ୍କ ମୁଖ୍ୟ ଆଶ୍ରମ ଚକାପାଦ ଓ ଶାଖା ଆଶ୍ରମ ତୁମୁଡିବନ୍ଧର ଜଳେଶପଟା ଠାରେ କାର୍ଯ୍ୟକ୍ରମର ଆୟୋଜନ ହୋଇଆସୁଛି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୁଲିସ୍ ବ୍ୟାପକ ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ସରକାର ଜନସମାଗମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେଣୁ ଏଥର କେବଳ ଆଶ୍ରମବାସୀଙ୍କୁ ନେଇ କୋଭିଡ୍ ନିୟମ ପାଳନ ପୂର୍ବକ ଉତ୍ସବ ପାଳନ କରିବାକୁ ପ୍ରଶାସନ ଅନୁମତି ଦେଇଛି । ତଥାପି ସମ୍ଭାବ୍ୟ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଭୟ ଆଶ୍ରମ ଅଞ୍ଚଳରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି । ଜିଲ୍ଲାର ସମସ୍ତ ଥାନାକୁ ଆଲର୍ଟ ରହିବାକୁ ନିଦେ୍ର୍ଧଶ ଦିଆଯାଇଥିବା ଏସପି ବିନୀତ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାଦଶ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ନିରାଡ଼ମ୍ବରରେ ଆଶ୍ରମ ପରିସରରେ ଅନୁÂିତ ହେବ । ଏଥତ୍ପାଇଁ ଅନ୍ତେବାସୀମାନେ ଆଶ୍ରମ ପରିସର, ସ୍ୱାମୀଜୀଙ୍କ କକ୍ଷ, ସ୍ମୁତି ପୀଠକୁ ସଫା ସୁତୁରା କରିଛନ୍ତି । ସକାଳୁ କୂପରୁ ଜଳ ଆଣି କଳସ ପୂଜା କରିବେ, ସ୍ୱାମୀଜୀଙ୍କ ସ୍ମୁତି ଚାରଣ କରାଯିବ ଏବଂ ସନ୍ଧ୍ୟାରେ ଭଜନ ଆଳତି ସହ ଉତ୍ସବ ପାଳନ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons