ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଲ୍ୟାମ୍ପଠାରେ ଆଜି ରବିମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଡିଓ ପ୍ରୀତିରଞ୍ଜନ ରଥ, ସମ୍ମାନିତ ଅତିଥି ଭାବେ ତହସିଲଦାର ବନବିହାରୀ ପଣ୍ଡା, ଯୋଗାଣ ଅଧିକାରୀ ପ୍ରଭାସରଞ୍ଜନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଚଳିତବର୍ଷ ଏହି ବ୍ଲକରୁ ୧୫୦ କୁଇଣ୍ଟାଲ ରବିଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଏମଡି ଗୋପାଳକୃଷ୍ଣ ଆଚାର୍ଯ୍ୟ କହିଛନ୍ତି । ଆଜି ପ୍ରଥମ ଦିବସରେ କୌଣସି ଚାଷୀ ଧାନ ଆଣି ନଥିବା ବେଳେ କାକିରିଗୁମ୍ମା ମଣ୍ଡିରେ ୫ଶହ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ସେଠାକାର ଲ୍ୟାମ୍ପସ ଏମଡି ସୁରେଶ ନାୟକ ସୂଚନା ଦେଇଛନ୍ତି ।
ରବିମଣ୍ଡି ପାଇଁ ଲକ୍ଷ୍ମୀପୁର ବ୍ଲକର ୧୨ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୫ଜଣଙ୍କୁ ଟୋକନ୍ ମିଳିଛି । ରବିଋତୁରେ ଜଳକର ପୈଠକରୁଥିବା ଚାଷୀ ହିଁ ମଣ୍ଡିରେ ଧାନ ବିକ୍ରି କରିପାରିବେ ବୋଲି ନିୟମ ରହିଛି । ଏଠାରେ ଖୁବ୍ କମ ଚାଷୀଙ୍କ ଜମିକୁ କେନାଲ ବ୍ୟବସ୍ଥା କରାଯାଇଥିବା ବେଳେ ଅଧିକାଶ ଚାଷୀ ଝରଣା ପାଣି ଉପରେ ଭରସା କରିଥାନ୍ତି । ଫଳରେ ରବି ମଣ୍ଡିରେ କମ ଧାନ ସଂଗ୍ରହ କରାଯାଉଛି । କୃଷି ବିଭାଗର ସୂଚନା ଅନୁଯାୟୀ ବର୍ତ୍ତମାନ ଏହି ବ୍ଲକରେ ମୋଟ ୨ହଜାର ୬୨୭ ହେକ୍ଟର ଜମିରେ ଖରିଫ ଓ ୪୬୫ ହେକ୍ଟରରେ ରବି ଧାନ ଚାଷ ହେଉଛି । ରବିଋତୁରେ କିପରି ଅଧିକରୁ ଅଧିକ ଧାନ ଅମଳ ହୋଇପାରିବ ସେଥିପ୍ରତି ଆଗାମୀ ସମୟରେ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟଅତିଥି ବିଡିଓ ଶ୍ରୀ ରଥ କହିଛନ୍ତି । ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରେଭେନୁ୍ୟ ସୁପରଭାଇଜର୍ କ୍ରିଷ୍ଣାମୂର୍ତ୍ତି ପାଣି, ଲ୍ୟାମ୍ପ ଡାଟାଏଣ୍ଟ୍ରି ଅପରେଟର(ଡିଇଓ) ପ୍ରକାଶ ସାହୁ, ଆରଏମସି କର୍ମଚାରୀ ଭରତ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.