ନୂଆଦିଲ୍ଲୀ:ଖାଦ୍ୟ ପଦାର୍ଥ ମହଙ୍ଗା ହେବା ଫଳରେ ସୀମା ଅତିକ୍ରମ କରିଛି ମୁଦ୍ରାସ୍ଫୀତି । ପ୍ରଥମ ଥର ପାଇଁ ଦେଶର ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଦ୍ୱାରା ପାର୍ଯ୍ୟ ଲକ୍ଷ୍ୟ ବାହାରକୁ ଚାଲିଯାଇଛି । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍ଓ) ପ୍ରଦତ୍ତ ତଥ୍ୟ ଅନୁସାରେ ଚଳିତବର୍ଷ ଅକ୍ଟୋବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪.୬୨%କୁ ବୃଦ୍ଧି ପାଇଛି । ଆର୍ବିଆଇ ଏହାକୁ ୪% ମଧ୍ୟରେ ରଖିବା ପାଇଁ ଲକ୍ଷ୍ୟ ପାର୍ଯ୍ୟ କରିଥିବାବେଳେ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ଏହା ଉକ୍ତ ଲକ୍ଷ୍ୟ ବାହାରକୁ ଚାଲିଯାଇଛି । ବର୍ତ୍ତମାନ ମୁଦ୍ରାସ୍ଫୀତି ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ସିଏସ୍ଓ ପକ୍ଷରୁ ପ୍ରକାଶ ।
ସେପ୍ଟେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୩.୯୯% ଥିଲା । ଏହା ଗତବର୍ଷ ଅକ୍ଟୋବରରେ ୩.୩୮% ରହିଥିଲା । ଖରିଫ୍ ଫସଲ ବଜାରକୁ ଆସିବା ପରେ ଦରବୃଦ୍ଧି ସ୍ଥିତି ସୁପୁରିବ ବୋଲି ଆର୍ବିଆଇ ଅନୁମାନ କରିଛି ।
ମୁଦ୍ରାସ୍ଫୀତି ବାସ୍କେଟରେ ୫୦% ଅବଦାନ ରଖୁଥିବା ଖାଉଟି ମୂଲ୍ୟସୂଚୀଭିତ୍ତିକ ଖାଦ୍ୟ ମୁଦ୍ରାସ୍ଫୀତି ୭.୮୯%କୁ ବୃଦ୍ଧି ପାଇଛି । ସେପ୍ଟେମ୍ବରରେ ଏହା ୫.୧% ଥିଲା । ଶକ୍ତି ଏବଂ ଖାଦ୍ୟ ସାମଗ୍ରୀକୁ ବାହାରେ ରଖୁଥିବା ପ୍ରମୁଖ ମୁଦ୍ରାସ୍ଫୀତି ୩.୫ଧ ରହିଛି, ଯାହାକି ସେପ୍ଟେମ୍ବରରେ ୪% ଥିଲା । ଅନ୍ୟପକ୍ଷରେ, ଡାଲି ଦରବୃଦ୍ଧି ସେପ୍ଟେମ୍ବରରେ ୮.୪% ଥିବାବେଳେ ଅକ୍ଟୋବରରେ ୧୧.୭୨%କୁ ବୃଦ୍ଧି ପାଇଛି । ପନିପରିବା ଦର ବୃଦ୍ଧି ସେପ୍ଟେମ୍ବରରେ ୧୧.୪% ଥିବାବେଳେ ଅକ୍ଟୋବରରେ ୨୬%କୁ ବଢ଼ିଛି । କ୍ରମାଗତ ଭାବେ ଖାଦ୍ୟ ମୁଦ୍ରାସ୍ପୀତିରେ ବୃଦ୍ଧି ଘଟୁଥିବା ଜଣାଯାଇଛି । ୨୦୧୨ରୁ ୨୦୧୯ ମଧ୍ୟରେ ଦେଶର ହାରାହାରି ମୁଦ୍ରାସ୍ଫୀତି ହାର ୫.୯୮% ରହିଛି । ୨୦୧୩ ନଭେମ୍ବରରେ ଏହା ସର୍ବକାଳୀନ ଉଚ୍ଚ ସ୍ତର ୧୨.୧୭%ରେ ପହଞ୍ଚିଯାଇଥିଲା । ୨୦୧୭ ଜୁନ୍ରେ ଏହା ରେକର୍ଡ ସର୍ବନିମ୍ନ ସ୍ତର ୧.୫୪%କୁ କମିଯାଇଥିଲା ।
ସୂଚନାଯୋଗ୍ୟ, ଆର୍ବିଆଇ ୨୦୧୯-୨୦ ଦ୍ୱିତୀୟାର୍ଦ୍ଧ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଆକଳନକୁ ୩.୫ଧରୁ ୩.୭%ରେ ଅପରିବର୍ତ୍ତିତ ରଖିଥିଲା । ଗତ ମୁଦ୍ରାନୀତି ବୈଠକରେ ଏହା କହିଥିଲା ଯେ, ବାଣିଜ୍ୟ ଯୁଦ୍ଧ ଯୋଗୁ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ବ୍ରେକ୍ଜିଟ୍ ଏବଂ ଭୁରାଜନୈତିକ ସମସ୍ୟା ଯୋଗୁ ଅଶୋପିତ ତୈଳ ଯୋଗାଣରେ ବାପା ଯୋଗୁ ମୁଦ୍ରାସ୍ଫୀତିକୁ ରିସ୍କ ରହିଛି ।
ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆର୍ବିଆଇ ଚଳିତବର୍ଷ ଏହାର ପ୍ରମୁଖ ସୁପ ହାରରେ ମୋଟ ୧୩୫ ବେସିସ୍ ପଏଣ୍ଟ ହ୍ରାସ କରିଛି । ଫଳରେ ରେପୋରେଟ୍ ୫.୧୫%କୁ ଖସିଆସିଛି । ଡିସେମ୍ବର ୫ରେ ହେବାକୁ ଥିବା ପରବର୍ତ୍ତୀ ସମୀକ୍ଷା ବୈଠକରେ ଏହା ଏଥିରେ ପୂର୍ଣ୍ଣଚ୍ଛେଦ ଦେଇପାରେ ।


Comments are closed, but trackbacks and pingbacks are open.