ଲକ୍‌ଡାଉନ୍‌ ବେଳେ ଚୋରା ବେପାରୀଙ୍କୁ ଖୋଜି ଖୋଜି ଧରୁଛି ଅବକାରୀ ବିଭାଗ

Get real time updates directly on you device, subscribe now.

ଭଦ୍ରକ : କରୋନା ପାଇଁ ସବୁ ମଦ ଦୋକାନ ସିଲ । କିନ୍ତୁ ଚୋରା ବେପାରୀଙ୍କୁ ଖୋଜି ଖୋଜି ଧରୁଛି ଅବକାରୀ ବିଭାଗ । ଭଦ୍ରକ ଗ୍ରାମାଞ୍ଚଳ ଥାନଓ ଅନ୍ତର୍ଗତ ତିଗିରିଆ ଗ୍ରାମ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବରପାଇ ତିଗିରିଆ ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘର ମଧ୍ୟରୁ ୧୫୦୦ ଲିଟର ଚୋରା ଦେଶୀ ମଦ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ।
ଅବକାରୀ ବିଭାଗର ସୂଚନା ଅନୁଯାୟୀ ଜବତ ମଦର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳଛି । ଘଟଣାସ୍ଥଳରୁ ଭଦ୍ରକ ଜିଲ୍ଲା ସିରାପୁର ଗାଁର ମନୋଜ ମହାରଣାକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି। ଫେରାର ଆସାମୀ ଦୁଇଜଣ ହେଲେ ତିଗିରିଆ ଗାଁର ପବିତ୍ର ଜେନା ଓରଫ ଖୁଜୁର ଓ ମିର୍ଜାପୁର ଗାଁର ନୁଥୁରି ବେହେରା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ଓ ଏଥିନେଇ ଅବକାରୀ ବିଭାଗପକ୍ଷରୁ ତିନି ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଉକ୍ତ ଚଢ଼ାଉ କରିଥିବା ବେଳେ A.S.I ପ୍ରହ୍ଲାଦ ସାମଲ ଚଢ଼ାଉ ରେ ସାମିଲ ହୋଇଥିଲେ । କରୋନା ଭାଇରସ ପାଇଁ ରାଜ୍ୟ ସରକାରଙ୍କ ଲକ୍ ଡାଉନର ସୁଯୋଗନେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରେ ଚୋରାମଦ ବେପାରୀ ମାନେ ସକ୍ରିୟ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons