ଲକ୍‌ଡାଉନ୍ ଉଠିବା ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ?

Get real time updates directly on you device, subscribe now.

ଭୁବନେଶ୍ୱର: ଏବେ ଉଠି ନପାରେ ଲକ୍‌ଡାଉନ୍। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବେ ଏଭଳି କହିଥିବା କହିଛନ୍ତି ପିନାକୀ ସୂଚନା ଦେଇଛନ୍ତି।
ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖିଲେ ଲକ୍‌ଡାଉନ୍ ହଟି ନପାରେ। ହେଲେ ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଥିବା ପିନାକୀ କହିଛନ୍ତି।
ଆଜି ଲକ୍‌ଡାଉନ୍ ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି। ଓଡ଼ିଶାରୁ ବିଜେଡି ସାଂସଦ ପିନାକୀ ମିଶ୍ର ଏହି ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ରାଜ୍ୟକୁ କରୋନା ମୁକାବିଲା ଫଣ୍ଡ ଅଧିକ ଦେବାକୁ ଦାବି ରଖିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons