ଭୁବନେଶ୍ୱର: ଲକ୍ଡାଉନ ବେଳେ ମାଲ୍ ପରିବହନରେ କୌଣସି ବାଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଖୁଚୁରା ବ୍ୟବସାୟୀଙ୍କ ଦୁଇ ଚକିଆ ଗାଡ଼ିକୁ ପୋଲିସ ଅନୁମତି ଦେଉନଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ସିପି।ତେଜରାତୀ ଓ ପରିବା ବ୍ୟବସାୟୀଙ୍କୁ ଏହି ସୂଚନା ଜଣାଇବା ନିମନ୍ତେ ଗଣମାଧ୍ୟମକୁ ଅନୁରୋଧ କରି ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟ୍ରେ ଲେଖିଛନ୍ତି ଯେ ଲକ୍ଡାଉନ ବେଳେ ମାଲ୍ ପରିବହନ ପ୍ରସଙ୍ଗରେ କୌଣସି ବାଧା ନାହିଁ। ପୋଲିସ ଅଧିକାରୀ ଗୁଜବର ସତ୍ୟାସତ୍ୟା ପରଖିବାକୁ ବାଙ୍କି, ଆଠଗଡ଼, ଖୁଣ୍ଟୁଣୀ ଯାଇଥିଲେ। ଆମେ ମାଲ୍ ପରିବହନ ସୁଗମ କରିବାକୁ ସମସ୍ତ ବ୍ୟବସ୍ଥା କରୁଛୁ ବୋଲି ସିପି କହିଛନ୍ତି। ତେବେ ଏମ୍ପର୍କିତ କୌଣସି ସମସ୍ୟା ହେଲେ ବ୍ୟବସାୟୀ ୧୦୦ ଡାଏଲ୍ କରିପାରିବେ ବୋଲି ପୁଲିସ୍ କମିସନର କହିଛନ୍ତି।
Comments are closed, but trackbacks and pingbacks are open.